ମେଡିକାଲରେ ରୋଗୀକୁ ଆଇସିୟୁ ନମିଳିବାରୁ ଉତ୍ତେଜନା । କ୍ୟାପିଟାଲ ହସ୍ପିଟାଲରେ ଧାରଣାରେ ବସିଲେ ଚତୁର୍ଥ ଶ୍ରେଣୀ କର୍ମଚାରୀ

ପରିବାର ପକ୍ଷରୁ ଅଭିଯୋଗ ଆଇସିୟୁ ମିଳିଥିଲେ ବଂଚିଯାଇଥିନ୍ତେ ରୋଗୀ

134

କନକ ବ୍ୟୁରୋ: ହସ୍ପିଟାଲ କର୍ମଚାରୀଙ୍କୁ ଆଇସିୟୁ ନମିଳିବାରୁ ଦେଖାଦେଇଛି ଉତ୍ତେଜନା । କ୍ୟାପିଟାଲ ହସ୍ପିଟାଲରେ ଧାରଣାରେ ବସିଛନ୍ତି ଚତୁର୍ଥ ଶ୍ରେଣୀ କର୍ମଚାରୀ । ଆଇସିୟୁ ମିଳିଥିଲେ ରୋଗୀ ଜଣକ ବଂଚିଯାଇଥାନ୍ତେ ବୋଲି ମୃତ କର୍ମଚାରୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ, ଏସଏନସିୟୁର ଜଣେ କର୍ମଚାରୀ ଦୀର୍ଘ ଦିନ ହେବ ଅସୁସ୍ଥ ହୋଇପଡିଥିଲେ । ଗତକାଲି ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରିବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କିନ୍ତୁ ଆଇସିୟୁ ଦେବାକୁ କର୍ତ୍ତୃପକ୍ଷ ମନା କରିଦେଇଥିଲେ । ଏବଂ ତାଙ୍କୁ କାଜୁଆଲଟିରେ ଭର୍ତ୍ତି କରାଯାଇଥିଲା ।

ଯାହା ଫଳରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଧୀରେଧୀରେ ବିଗିଡି ଥିଲେ ମମଧ୍ୟ ତାଙ୍କୁ ଆଇସିୟୁ ମିଳି ନଥିଲା । ତେଣୁ ଚିକିତ୍ସାରେ ଅବହେଳା ହୋଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଉଚିତ କ ର୍ଯ୍ୟାନୁଷ୍ଠାନ ଦାବୀ କରି ଆଟେଣ୍ଡାଣ୍ଟମାନେ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ଧାରଣା ଦେଇଛନ୍ତି ।