କନକ ବ୍ୟୁରୋ : ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ । ଅଭିଭାଷଣ ରଖୁଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ରାଜ୍ୟପାଳଙ୍କ ଅଭିଭାଷଣ ବେଳେ ବିରୋଧୀଙ୍କ ହଟ୍ଟଗୋଳ ।
ନବ ଦାସଙ୍କ ହତ୍ୟାକାଣ୍ଡ ଓ ରାଜ୍ୟର ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଗୃହରେ କଂଗ୍ରେସର ନାରାବାଜି । ଗୃହର ମଧ୍ୟଭାଗକୁ ଆସି ନାରାବାଜି କଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ । ରାଜ୍ୟପାଳଙ୍କ ଅଭିଭାଷଣ ଜାରି ରହିଥିବା ବେଳେ ବିରୋଧୀ ବିଜେପି ବିଧାୟକ କକ୍ଷତ୍ୟାଗ କରିଥିବା ବେଳେ ବାଚସ୍ପତିଙ୍କ ପୋଡିୟମ ତଳେ ଧାରଣା ଦେଇଛନ୍ତି କଂଗ୍ରେସ ବିଧାୟକ । ବିରୋଧୀ ବିଜେପି କକ୍ଷତ୍ୟାଗ କରିବା ପରେ ବିଧାନସଭାର ପ୍ରବେଶ ପଥରେ ଧାରଣା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/9-19.jpg)