କନକ ବୁରୋ : ରାଜସ୍ଥାନ ଆଜମେରରେ ଏକ ଭୟାନକ ସଡକ ଦୁର୍ଘଟଣା ହୋଇଛି । ଯେଉଁଥିରେ ଏକ ଗ୍ୟାସ୍ ଟ୍ୟାଙ୍କର ମାର୍ବଲ୍ ଭର୍ତ୍ତି ଟ୍ରକ୍ ସହ ଧକ୍କା ଦେଇଛି । ତେବେ ଘଟଣାସ୍ଥଳରେ ଉଭୟ ଗାଡିରେ ଭୀଷଣ ଅଗ୍ନିକାଣ୍ଡ ହୋଇଛି ।  ପ୍ରାୟ ୪ ଜଣ ଏହି ଘଟଣାରେ ଜୀବନ୍ତ ଜଳିଯାଇ ପ୍ରାଣ ହରାଇଛନ୍ତି । ଘଟଣାର ତଦନ୍ତ ଆଜମେର ପୋଲିସ୍ କରୁଛି । ଅନ୍ୟପଟେ ଜାତୀୟ ରାଜପଥରେ ଏହି ଦୁର୍ଘଟଣାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି ।