ରୁଚିକା ମୃତଦେହ ଓ ହାତ ପାପୁଲିକୁ ଦେଖି ତଦନ୍ତକାରୀ ଅଧିକାରୀଙ୍କ ଅନୁମାନ । ଶେଷ ମୁହୂର୍ତ୍ତରେ କାନ୍ଥକୁ ଖୁବ୍ ଜୋରରେ ପିଟି ଥାଇପାରନ୍ତି ରୁଚିକା ।

485

କନକ ବ୍ୟୁରୋ: ରୁଚିକାଙ୍କ ସହ ହଷ୍ଟେଲରେ ଶେଷ ସମୟରେ କଣ ଘଟିଥିଲା? ଏହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ପାରିପାଶ୍ୱର୍ିକ ସ୍ଥିତିକୁ ଦେଖି ପୁଲିସ ଅନୁମାନ କରୁଛି ଯେ, ରୁଚିକା ଶେଷ ମୂହୂର୍ତ୍ତରେ ଖୁବ ଛଟପଟ ହୋଇଥିଲେ । ପୁଲିସ ଅନୁମାନ କରୁଛି, ଆତ୍ମହତ୍ୟା ସମୟରେ ରୁଚିକା ଖୁବ ଜୋରରେ କାନ୍ଥକୁ ବାଡେଇଥିବେ, ସେଥିପାଇଁ କାନ୍ଥରୁ ଚୂନ ଖସିଯାଇଛି ଏବଂ ହାତରେ କାନ୍ଥ ଚୂନ ଲାଗିଛି ।

  • ବେକରେ ରଶି ଲଗାଇ ଛଟପଟ୍ ହୋଇଥିଲେ ରୁଚିକା!
  • ଜୀବନ ବିକଳରେ କାନ୍ଥରେ ହାତ ବାଡେଇଥିଲେ!

ବିଜେବି କଲେଜ କାରୁବାକୀ ହଷ୍ଟେଲରେ ରୁଚିକାଙ୍କ ସହ ଶେଷ ସମୟରେ କଣ ଘଟିଥିଲା । ତାଙ୍କର ମୃତଦେହ, ହାତ ଓ କାନ୍ଥରେ ଚିହ୍ନ ଦେଖି ପୁଲିସ ଅଧିକାରୀମାନେ ଅନୁମାନ କରୁଛନ୍ତି ଯେ, ରୁଚିକା ଶେଷ ମୂହୂର୍ତ୍ତରେ ଖୁବ ଛଟପଟ ହୋଇଥିଲେ । ଏ କଥା ତଦନ୍ତ କରୁଥିବା ପୁଲିସ ଅଧିକାରୀମାନେ ସନ୍ଦେହ କରୁଛନ୍ତି । କାରଣ ରୁଚିକାଙ୍କ ଦୁଇ ହାତରେ କାନ୍ଥର ଚୂନ ଲାଗିଛି ଏବଂ କାନ୍ଥର ସେହି ସ୍ଥାନରୁ ଚୂନ ଖସିଯାଇଛି । ପୁଲିସ ଅଧିକାରୀମାନେ ଏ କଥାକୁ ଅନୁମାନ କରୁଛନ୍ତି ଯେ, ରୁଚିକା ଖୁବ ଜୋରରେ କାନ୍ଥକୁ ବାଡେଇଥିବେ, ସେଥିପାଇଁ କାନ୍ଥରୁ ଚୂନ ଖସିଯାଇଛି ଏବଂ ହାତରେ କାନ୍ଥ ଚୂନ ଲାଗିଛି ।

ଯୁକ୍ତ ୩ ପ୍ରଥମ ବର୍ଷର କଳା ଛାତ୍ରୀ ରୁଚିକା ମହାନ୍ତି ପାଠପଢି କଲେକ୍ଟର ହେବାର ସ୍ୱପ୍ନ ଦେଖି ଭୁବନେଶ୍ୱର ଆସିଥିଲେ । ହେଲେ ବିଜେବି କଲେଜର ଏହି ହଷ୍ଟେଲରେ ତାଙ୍କ ସବୁ ସ୍ୱପ୍ନ ଭାଙ୍ଗି ଯାଇଥିଲା । ଯେଉଁଦିନ ରୁଚିକା ଆତ୍ମହତ୍ୟା କଲେ ସେହିଦିନ ସକାଳେ ତାଙ୍କ ମାଆଙ୍କୁ ଫୋନ କରି କହିଥିଲେ ସେ କଲେଜରୁ ଫେରିବା ପରେ ପୁଣି ଫୋନ କରିବେ ଏବଂ କଥା ହେବେ । ହେଲେ ସେ କଣ କହିବା ପାଇଁ ଚାହୁଁଥିଲେ ଆଉ କହିପାରିନଥିଲେ ।

ଏସବୁ ଭିତରେ ମୃତ୍ୟୁର କାରଣ ଜାଣିବାକୁ ହଷ୍ଟେଲରେ ଥିବା ଅନ୍ତେବାସୀଙ୍କୁ ଜେରା କରିବାକୁ ୩ଟି ଟିମ ଗଠନ କରିଛି କମିଶନରେଟ ପୁଲିସ । ୫୦ରୁ ଅଧିକ ଅନ୍ତେବାସୀଙ୍କୁ ଓ କଲେଜ କର୍ତୃପକ୍ଷଙ୍କର ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି ।