କନକ ବ୍ୟୁରୋ : ଦୀର୍ଘ ୪୯ ବର୍ଷ ଧରି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଏକନମ୍ବର ମସଲା ବ୍ରାଣ୍ଡ ଭାବରେ ପରିଚିତ ରୁଚି ଫୁଡ୍‌ଲାଇନ୍ ତାର ଗ୍ରାହକମାନଙ୍କୁ ରୁଚି ଫେଷ୍ଟିଭାଲ ବୋନାଞ୍ଜା ଅଫର୍ ଯୋଜନାରେ ଗୋଟିଏ ମୂଲ୍ୟବାନ କାର ଓ ୫ଟି ଇ-ସ୍କୁଟର ଉପହାର ପ୍ରଦାନ କରିଛି ।

Advertisment

publive-image

ଭୁବନେଶ୍ଵରର ଏକ ତାରକା ହୋଟେଲରେ ଆୟୋଜିତ ଉତ୍ସବରେ ରୁଚି ମସଲା ପକ୍ଷରୁ ଅନୁଗୋଳ ସହରର ସାନୁ ବେହେରାଙ୍କୁ ପ୍ରଥମ ପୁରସ୍କାର ଭାବେ ମାରୁତି ସ୍ଵପ୍ଟ କାର୍ ଏବଂ କେନ୍ଦୁଝର ଜିଲ୍ଲା ବଡ଼ବିଲ୍‌ ଇନ୍ଦୁମତୀ ସାହୁ, ବାଲେଶ୍ଵର ଜିଲ୍ଲା ସୋରର ତିଳୋ ମା ନାୟକ, ମୟୂରଭଞ୍ଜ ଜିଲ୍ଲା ବିଶୋକର ବାବୁଲା ପାତ୍ର, ବ୍ରହ୍ମପୁରର ବୈଷ୍ଣବୀ ସାମନ୍ତରା, ରାୟଗଡ଼ାର ବାର୍ଥଲୋମି ସେନାପତିଙ୍କୁ ଇ-ସ୍କୁଟର ପ୍ରଦାନ କରାଯାଇଛି । ରୁଚିର ଏହି ବଡ଼ ଉପହାର ସେମାନଙ୍କ ପାଇଁ ସବୁବେଳେ ଅଭୁଲା ଓ ସ୍ମରଣୀୟ ହୋଇ ରହିବ ବୋଲି ବିଜେତାମାନେ କହିଥିଲେ । ରୁଚି ମସଲାର ୧୨ଟି ସାମଗ୍ରୀ କିଣିଥିବା ଗ୍ରାହକମାନଙ୍କ ପାଇଁ ଏହି ଅଫର ଯୋଜନା ରହିଥିଲା । ଏହା ସହିତ ଗ୍ରାହକମାନଙ୍କୁ ପ୍ରତି ମାସରେ ସ୍ଵର୍ଣ୍ଣ, ରୌପ୍ୟମୁଦ୍ରା ଓ ସ୍ମାଟ୍ୟାଚ୍ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା ।

publive-image

ଓଡ଼ିଶାର ଏକନମ୍ବର ମସଲା ବ୍ରାଣ୍ଡ ଭାବେ ଅଶେଷ ଲୋକପ୍ରିୟତା ଅର୍ଜନ କରିଥିବା ରୁବି ଉଦ୍ୟୋଗ ୪୯ ବର୍ଷର ଯାତ୍ରା ମଧ୍ୟରେ କୋଟିକୋଟି ଗ୍ରାହକମାନଙ୍କର ବିଶ୍ଵାସନୀୟତାକୁ ପାଥେୟ କରି ସଫଳତା ପାଇଛି ବୋଲି ଏକ ବା । ଜରିଆରେ କହିଥିଲେ ବିଶିଷ୍ଟ ଉଦ୍ୟୋଗୀ ତଥା ‘ ରୁଚି’ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ । ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ଗ୍ରାହକମାନଙ୍କ ପାଇଁ ଓଡ଼ିଶାରେ ଏହା ଏକ ବଡ଼ ପୁରସ୍କାର ଏବଂ ଜାତୀୟସ୍ତରରେ ନିଜର ଗୁଣବ । ଓ ସଫଳତା ପାଇଁ ରୁଚି ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି ମୁଖ୍ୟଅତିଥୁ ଭାବେ ଯୋଗଦେଇ ରୁଚିର ନିର୍ଦ୍ଦେଶିକା ରଶ୍ମୀ ସାହୁ ଓ ସଲିନା ସାହୁ କହିଥିଲେ । ରୁଚିର ନିର୍ଦ୍ଦେଶକ ଡକ୍ଟର ସୌରେନ୍ଦ୍ର କୁମାର ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ ।

publive-image

ଏହି ଅବସରରେ ରୁଚିର ମାର୍କେଟିଂ ହେଡ଼ ଦେବବ୍ରତ ପଟ୍ଟନାୟକ ରୁଚି ଫୁଡ଼ଲାଇନ୍ ପକ୍ଷରୁ ଇ-କମର୍ସ ପ୍ଲାଟଫର୍ମ ଏବଂ ମୋବାଇଲ୍ ଆପ୍ ‘ରୁଚି ଷ୍ଟୋର’ ମଧ୍ୟ ଲୋକାର୍ପିତ କରିଥିଲେ । ଏହାଦ୍ଵାରା ଗ୍ରାହକମାନେ ଦେଶର ଯେକୌଣସି ସ୍ଥାନରୁ ଅନ୍‌ଲାଇନ୍ ଜରିଆରେ ଏବଂ ମୋବାଇଲ୍ ଆପ୍ ମାଧ୍ୟମରେ ରିହାତି ମୂଲ୍ୟରେ ରୁଚିର ସମସ୍ତ ସାମଗ୍ରୀ ଘରେ ବସି ପାଇପାରିବେ । ଏହି ପ୍ଲାଟଫର୍ମ ଜରିଆରେ ୩୦୦ ଟଙ୍କାର ସାମଗ୍ରୀ ମଗାଇଲେ ଗ୍ରାହକଙ୍କୁ କୌଣସି ବିତରଣ ଦେୟ ଦେବାକୁ ପଡ଼ିବନି ।

publive-image

ଉତ୍ସବରେ ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ, ସେଲସ୍ ହେଡ଼ ଦିଲ୍ଲୀପ ସାହୁ, ମାନବସମ୍ବଳ ବିଭାଗ ସହକାରୀ ମହାପ୍ରବନ୍ଧକ ଅମ୍ବରୀଶ ପଟ୍ଟନାୟକ, ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ, ରାମଚନ୍ଦ୍ର ବେହେରା, ହେରାଲଡୁର ମୁଖ୍ୟ ସୂର୍ୟ୍ୟ ରଥ, ରୁଚିର ଉପପ୍ରବନ୍ଧକ ନ୍ୟାୟବୃତ ରାଉତ, ସାଗର ରଂଜନ ବାରିକ୍ ଓ ସୋନାଲି ସାହୁ ପ୍ରମୁଖ ଯୋଗଦେଇଥିଲେ । ଚଳଚ୍ଚିତ୍ର ଅଭିନେତ୍ରୀ ଲିପି ମହାପାତ୍ର, କଣ୍ଠଶିଳ୍ପୀ ସ୍ଵୟମ୍‌ ଓ ହାସ୍ୟ ଅଭିନେତା ପପୁ ପମ୍ପମ୍ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରିଥିଲେ । ମଂଚ ସଂଚାଳକ ଶୁଭମ୍ କାର୍ୟ୍ୟକ୍ରମ ସଂଯୋଜନା କରିଥିଲାବେଳେ ଦ୍ଵାଇଟ କାନ୍‌ସର ମୁଖ୍ୟ ଇଲ୍ଲାସ ଚନ୍ଦ୍ର ବେହୁରା ଓ ଚି. ମିଶ୍ର ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।