କନକ ବ୍ୟୁରୋ : କୋଭିଡ଼୍ କଟକଣା ପାଇଁ ବାଲିଯାତ୍ରା ବନ୍ଦ ହୋଇଥିଲେ ମଧ୍ୟ ଓଡ଼ିଶାର ସୁପରିଚିତ ରୁଚି ମସଲା ଉଦ୍ୟୋଗ ତା’ର ଗ୍ରାହକମାନଙ୍କ ପାଇଁ ବାଲିଯାତ୍ରା ଅଫର ଯୋଜନାରେ ବିଜେତାମାନଙ୍କୁ ନଗଦ ଅର୍ଥରାଶି ଓ ଆକର୍ଷଣୀୟ ଉପହାର ପ୍ରଦାନ କରିଛି । ଆଜି ଉକ୍ରଳ ସିଗ୍ନେଚର୍ସ୍ଥିତ ରୁଚିର କର୍ପୋରେଟ ଅଫିସଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରୁଚିର ନିର୍ଦ୍ଦେଶକ ଅରବିନ୍ଦ ସାହୁ, ସମ୍ମାନିତଅତିଥି ଭାବେ ନିର୍ଦ୍ଦେଶିକା ସଲିନା ସାହୁ, ଚଳଚ୍ଚିତ୍ର ଅଭିନେତ୍ରୀ ଲିପ୍ସା ମିଶ୍ର ଯୋଗଦେଇ ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।
ରୁଚିର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଶରତ କୁମାର ସାହୁ ଏହି ଅବସରରେ ଯୋଗଦେଇ ସମସ୍ତ ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ରୁଚିତା’ର ଗ୍ରାହକମାନଙ୍କ ଋଣ ସୁଝିବା ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ । କଟକ ନୂଆପଡ଼ାର ଶ୍ରୀମତୀ ଅପର୍ଣ୍ଣା ପଣ୍ଡା ପ୍ରଥମ ପୁରସ୍କାର ବିଜୟିନୀହୋଇ ୨୫ ହଜାର ଟଙ୍କା, ଭୁବନେଶ୍ୱରର କୃଷ୍ଣାଙ୍ଗୀ ସେଠୀ ଦ୍ୱିତୀୟ ପୁରସ୍କାର ଭାବେ ୧୫ ହଜାର ଟଙ୍କା ଓ କଟକ ମହାନଦୀବିହାରର ଡାକ୍ତର ରମାକାନ୍ତ ମହାପାତ୍ରଙ୍କୁ ତୃତୀୟ ପୁରସ୍କାର ଭାବେ ୧୦ ହଜାର ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଏହା ସହିତ ସାନ୍ତ୍ୱନାମୂଳକ ପୁରସ୍କାର ଭାବେ ଜିତିଥିବା ଶହେ ଜଣଙ୍କ ମଧ୍ୟରୁ ଆଦିତ୍ୟ ମହାନ୍ତି, ସୁଜାତା ପାତ୍ର, ପୁଷ୍ପାଞ୍ଜଳି ବେହେରା, ତୃପ୍ତିରାଣୀ ଜେନା, ବିମଳା ସେଠୀ,ସୁରଭି ଆଚାର୍ଯ୍ୟ, ବର୍ଷା ପ୍ରିୟଦର୍ଶିନୀ ପାତ୍ର, ପ୍ରକାଶ ଚନ୍ଦ୍ର ପୃଷ୍ଟିଙ୍କୁ ଆକର୍ଷଣୀୟ ଡିନର ସେଟ୍ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଉପ-ପ୍ରବନ୍ଧକ ଆଲୋକ ଦାସ, ଅରକ୍ଷିତ ରଣା, ଶ୍ରୀକାନ୍ତ ବିଶ୍ୱାଳଙ୍କ ସମେତ ବିକ୍ରୟ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା । ସାନ୍ତ୍ୱନାମୂଳକପୁରସ୍କାର ବିଜେତାମାନଙ୍କୁ କଟକ ଓ ଭୁବନେଶ୍ୱରର ରୁଚି ଆଉଟ୍ଲେଟ୍ରେ ଉପହାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା ।ରୁଚି ତାର ପ୍ରିୟ ଗ୍ରାହକମାନଙ୍କ ପାଇଁ କଟକ ଓ ଭୁବନେଶ୍ୱରରେ ଥିବା ନିଜର ସ୍ୱତନ୍ତ୍ର ଆଉଟଲେଟ୍ରେ ରୁଚିର ବିଭିନ୍ନ ସାମଗ୍ରୀ ଥିôବାମସଲା କିଟ୍ର ବିକ୍ରୟ ବ୍ୟବସ୍ଥା କରାଇଥିଲା । ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ମାର୍କେଟିଂ ଜୋନାଲ ହେଡ଼୍ ଦିଲ୍ଲୀପ କୁମାର ସାହୁ, ମୁଖ୍ୟପ୍ରବନ୍ଧକ ବିଜୟ କୁମାର ସ୍ୱାଇଁ, ମୁଖ୍ୟ ପ୍ରବନ୍ଧକ ଦେବବ୍ରତ ନାୟକ, ପ୍ରଶାସନିକ ପ୍ରବନ୍ଧକ ମୃଣାଳିନୀ ରାଉତ ପ୍ରମୁଖ ଯୋଗଦେଇଥିଲେ ।ହ୍ୱାଇଟ୍ କାନଭାସ୍ର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା ଓ ସେଫାଳି ଉଦ୍ଗାତା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରୁଚି ପରିବାର ପକ୍ଷରୁଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/index.jpg)