ଓମେନ୍ସ ବିଜନେସ ମେଳାରେ ଖୋଲିଲା ରୁଚି ଫ୍ରୋଜିଟର ସ୍ୱତନ୍ତ୍ର ଷ୍ଟଲ । ୫ ଦିନ ଧରି ଏହି ଷ୍ଟଲରେ ମିଳିବ ବିଭିନ୍ନ ରୁଚିର ବିଭିନ୍ନ ପ୍ରଡକ୍ଟ ।

161

କନକ ବ୍ୟୁରୋ : ଜନତା ମୈଦାନରେ ଆରମ୍ଭ ହୋଇଛି ଦେଶର ପ୍ରଥମ ମହିଳା ବିଜନେସ ମେଳା । ଏହି ମେଳାରେ ରାଜ୍ୟର ୧୦୦ରୁ ଅଧିକ ମହିଳା ଉଦ୍ୟୋଗୀଙ୍କ ସାମଗ୍ରୀ ବିଭିନ୍ନ ଷ୍ଟଲରେ ସ୍ଥାନ ପାଇଛି । ଆଉ ଏହିକ୍ରମରେ ଓଡ଼ିଶାର ୧ନଂ ମସଲା ଉଦ୍ୟୋଗ ତଥା ପୂର୍ବଭାରତର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫ୍ରୋଜିଟ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ୍ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବେଦାନ୍ତ ଲିମିଟେଡର ସଭାପତି (ଓଡ଼ିଶା ଓ ଛତିଶଗଡ) ଡ. ତପନ କୁମାର ଚାନ୍ଦ ଏହି ଷ୍ଟଲକୁ ଉଦଘାଟନ କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ, ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ରଶ୍ମି ସାହୁ, ବିଶିଷ୍ଟ ସମାଜସେବକ ଡ. ସୌରେନ୍ଦ୍ର ମହାପାତ୍ର ଏବଂ ନମିତା ମହାପାତ୍ର ।

୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ଷ୍ଟଲରେ ରୁଚିର ଅର୍ଗାନିକ୍ ମସଲା, ସ୍ୱତନ୍ତ୍ର କିଟ୍ ପ୍ୟାକ୍, ଫ୍ରୋଜିଟର ପ୍ରିମିୟମ ପ୍ରଡକ୍ଟ୍ କୁକିଜ୍, ମୃଦୁପାନୀୟ ଆଦି ଉପଲବ୍ଧ । ଏହ ଛଡା ଫାର୍ମ ବି ର ବିଭିନ୍ନ ପ୍ରଡକ୍ଟ ଯଥା ଓଟ୍ସ୍, ଚକୋଚିପସ୍, ମୁସେଲି ଆଦି ମଧ୍ୟ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ ବୋଲି ପ୍ରକାଶ କରିଛନ୍ତି ରଶ୍ମୀ ସାହୁ । ରୁଚି ଓ ଫ୍ରୋଜିଟର ପ୍ରୟାସ ତଥା ରୁଚିର ବିଭିନ୍ନ ବର୍ଗର ପ୍ରଡକ୍ଟସକୁ ବେଶ୍ ପ୍ରଶଂସା କରିଥିଲେ ଡ. ଚାନ୍ଦ । ସମସ୍ତ ଗ୍ରାହକମାନେ ୫ ଦିନ ଧରି ଏହି ଷ୍ଟଲରୁ ବିଭିନ୍ନ ଦ୍ରବ୍ୟ ଦେଖିବା ସହ କିଣି ପାରିବେ ବୋଲି ପ୍ରକାଶ କରିଛନ୍ତି ଦେବସ୍ମିତା ମିଶ୍ର ।