ମହାନଦୀ ବିହାରରେ ଉଦଘାଟିତ ହେଲା ରୁଚି-ଫ୍ରୋଜିଟର ଫୁଡ୍ ଆଉଟଲେଟ୍

Advertisment
ମହାନଦୀ ବିହାରରେ ଉଦଘାଟିତ ହେଲା ରୁଚି-ଫ୍ରୋଜିଟର ଫୁଡ୍ ଆଉଟଲେଟ୍

କନକ ବ୍ୟୁରୋ:ରବିବାର ଦିନ କଟକସ୍ଥିତ ମହାନଦୀବିହାର ଜଷ୍ଟିସ୍ ଛକ ନିକଟରେ ଓଡ଼ିଶାର ୧ ନଂ ମସଲା ଓ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ୍ଲାଇନ୍ ଦ୍ୱାରା ପରିଚାଳିତ ରୁଚି ଫ୍ରୋଜିଟ୍ର ଏକ ନୂତନ ତଥା ରୁଚିର ସର୍ବବୃହତ୍ ଫୁଡ୍ ଆଉଟ୍ଲେଟ୍ ଉଦ୍ଘାଟିତ ହୋଇଯାଇଛି । ଏହି ଭବ୍ୟ ଓ ବିଶାଳ ଫୁଡ୍ ଆଉଟ୍ଲେଟ୍କୁ ଉଦ୍ଘାଟନ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଚୁଲୁବୁଲି ନାୟିକା ଅର୍ଚ୍ଚିତା ସାହୁ ଓ ଯୁବ ଅଭିନେତା ଶୁଭାଶିଷ୍ ଶର୍ମା । ସମ୍ମାନନୀୟ ଅତିଥିଭାବେ ଯୋଗ ଦେଇଥିଲେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ, ନିର୍ଦ୍ଦେଶିକା ଶ୍ରୀମତୀ ସଙ୍ଗୀତା ସାହୁ, ନିର୍ଦ୍ଦେଶକ ଅରବିନ୍ଦ ସାହୁ, ନିର୍ଦ୍ଦେଶିକା ସଲିନା ସାହୁ । ରୁଚିର ନିର୍ଦ୍ଦେଶିକା ତଥା ଫ୍ରୋଜିଟ୍ରର ମୁଖ୍ୟ ଶ୍ରୀମତୀ ରଶ୍ମି ସାହୁଙ୍କ ଅଧ୍ୟକ୍ଷତାରେ ଉପସ୍ଥିତ ସମ୍ମାନୀତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏହି ନୂତନ ଫୁଡ୍ ଆଉଟ୍ଲେଟ୍ ପ୍ରକଳ୍ପ ଆମ ସମସ୍ତଙ୍କର ଏକ ସ୍ୱପ୍ନ ଥିଲା ଯାହାକି ଅତି ବାସ୍ତବତାର ରୂପ ନେଇଛି ବୋଲି ପ୍ରକାଶ କରିଥିଲେ ଶ୍ରୀମତୀ ରଶ୍ମି ସାହୁ । ଏହା କଟକ ବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି କହିଥିଲେ ଡ. ସାହୁ । ଫ୍ରୋଜିଟ୍ ଦୀର୍ଘଦିନ ଧରି ରେଡି ଟୁ ଇଟ୍, ରେଡି ଟୁ କୁକ୍, ମୃଦୁପାନୀୟ, କୁକିଜ୍, ପ୍ରିୟିୟମ୍ ଓ ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରିବା ସହ ବାଲିଯାତ୍ରାରେ ଜନସାଧାରଣମାନଙ୍କୁ ସ୍ୱାସ୍ଥ୍ୟପଯୋଗୀ ଖାଦ୍ୟ ପରଷି ଆସିଛି । ଫ୍ରୋଜିଟ୍ର ଗହମ କ୍ଷୀରୀଠାରୁ ପୋଡପିଠା ପର୍ଯ୍ୟନ୍ତ ପ୍ରତ୍ୟେକ ଖାଦ୍ୟ ବେଶ୍ ଲୋକାଦୃତ ମଧ୍ୟ ହୋଇ ପାରିଛି । ଜନସାଧାରଣ ମାନଙ୍କର ରୁଚିକୁ ପ୍ରାଧାନ୍ୟ ଦେଇ ଫ୍ରୋଜିଟ୍ ବିଭିନ୍ନ ସ୍ଥାନରେ ଆଉଟଲେଟ୍ ମାନ କରି ସହଜରେ ଓ ସୁବିଧାରେ ବିଭିନ୍ନ ଖାଦ୍ୟ ପଦାର୍ଥ ଯୋଗାଇବାରେ ସକ୍ଷମ ହୋଇଛି ।

କଟକର ମହାନଦୀ ବିହାରରେ ଅନୁଷ୍ଠିତ ରୁଚି ଫ୍ରୋଜିଟ୍ରର ସର୍ବବୃହତ ଆଉଟ୍ଲେଟ୍ ଅତ୍ୟାଧୁନିକ ଜ୍ଞାନ କୌଶଳରେ ତିଆରି ହୋଇଥିବାବେଳେ ଏହା ଆନ୍ତର୍ଜାତୀୟ ମାନର ବୋଲି ପ୍ରକାଶ କରିଥିଲେ ଉଦ୍ଘାଟକ ଅର୍ଚ୍ଚିତା । ଏହି ଆଉଟ୍ଲେଟ୍ରେ ଆଜିଠାରୁ ଭେଜ୍ ଓ ନନଭେଜ୍ ବିରିୟାନୀ, ଲଚ୍ଛା ପରଟା, ଚିକେନ୍ ଲଲିପପ୍, ଘିଅଭାତ ମଟନ, ଖିରୀ, ପୋଡପିଠା, ପିଜା, ବରଗର୍, ସ୍ୟାଣ୍ଡୱିଜ୍, ଜୁସ୍, କେକ୍, ସ୍ପ୍ରିଙ୍ଗ ରୋଲ୍, ପାସ୍ତା, ପାଉଁରୋଟି, କୁକିଜ୍ ଆଦି ଅନେକ ପ୍ରକାର ଖାଦ୍ୟ ଉପଲବ୍ଧ ହେଉଥିବା ବେଳେ ରୁଚିର ବିଭିନ୍ନ ମସଲା, ପାସ୍ତା, ନୁଡୁଲ୍ସ, ଫ୍ୟାମିଲ୍ ପ୍ୟାକ୍ ଏବଂ ଅର୍ଗାନିକ୍ ଜିନିଷ ମଧ୍ୟ ଉପଲବ୍ଧ ହେବ । ଜନସାଧାରଣମାନେ ଖାଦ୍ୟ ଖାଇବା ସହ ବିଭିନ୍ନ ସାମଗ୍ରୀ ମଧ୍ୟ କିଣି ପାରିବେ ଏହି ଫୁଡ୍ ଆଉଟ୍ଲେଟ୍ରେ । ଉଦ୍ଘାଟନୀ ଅଫରଭାବେ ସମସ୍ତଙ୍କୁ ୨୫% ରିହାତି ପ୍ରଦାନ କରାଯିବ ।

ବିଭିନ୍ନ ପର୍ବପର୍ବାଣୀ ସମୟରେ ସୁସ୍ୱାଦୁ ପାରମ୍ପରିକ ଖାଦ୍ୟ ଏହି ଫୁଡ୍ ଆଉଟ୍ଲେଟ୍ରେ ଉପଲବ୍ଧ ହେବା ସହ ଅନେକ ଆକର୍ଷଣୀୟ ଅଫର ଓ ପୁରସ୍କାର ପ୍ରଦାନ କରାଯିବ । ଆଜିର ଏହି ଉଦ୍ଘାଟଡନ ପର୍ବ ଅବସରରେ ଫ୍ରୋଜିଟ୍ ପକ୍ଷରୁ ଶିଳ୍ପା ଦାସ, ଶ୍ରୀକାନ୍ତ ମହାପାତ୍ର, ଆଦ୍ୟାଶା ପଟ୍ଟନାୟକ, ଦେବସ୍ମିତା ମିଶ୍ର ଓ ସାଗ୍ନିକା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଅବିନାଶ ସିଂହ ଓ ଫ୍ରୋଜିଟ୍ ଟିମ୍ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଟିମ୍ ହ୍ୱାଇଟ୍ କାନ୍ଭାସ୍ ପକ୍ଷରୁ ଉଲ୍ଲାସ ଚନ୍ଦ୍ର ବେହୁରା, ଚି•ୁ ମିଶ୍ର, ଅମୃତରଂଜନ ଦାଶ, ସୌମ୍ୟଜିତ୍ ପରିଡା, ଜ୍ଞାନ ରାୟ, ପ୍ରତାପ ପଣ୍ଡା, ସନ୍ତୋଷ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଫ୍ରୋଜିଟ୍ର ଅନ୍ୟ ୮ଟି ଆଉଟ୍ଲେଟ୍ଠାରେ ମଧ୍ୟ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଉପଲବ୍ଧ ରହିଛି ଏବଂ ବେଶ୍ ଲୋକାଦୃତ ହୋଇପାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe