ରୁଚି-ଫ୍ରୋଜିଟ୍ ଇଣ୍ଡିଆସ୍ ବେଷ୍ଟ ହୋମ ସେଫ୍-୨୦୨୧ । ପୁରସ୍କୃତ ହେଲେ ୪ ଜଣ ଶ୍ରେଷ୍ଠ ଗୃହିଣୀ

413

କନକ ବ୍ୟୁରୋ: ଗୁରୁବାର ଓଡ଼ିଶାର ଅଗ୍ରଣୀ ମସଲା ଉଦ୍ୟୋଗ ରୁଚି ଆନୁକୂଲ୍ୟରେ ପ୍ରଥମ “ରୁଚି-ଫ୍ରୋଜିଟ୍ ଇଣ୍ଡିଆସ୍ ବେଷ୍ଟ ହୋମ୍ ସେଫ୍-୨୦୨୧”ର ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମଧୁପାଟଣାସ୍ଥିତ ଫ୍ରୋଜିଟ୍ ପରିସରରେ ଥିବା ଫ୍ରୋଜିଟ୍ କନଫରେନ୍ସ ହଲରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ପୁରସ୍କାର ବିତରଣୀ ଉତ୍ସବରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବାବେଳେ ରୁଚିର ମାର୍କେଟିଂ ମୁଖ୍ୟ ଦେବବ୍ରତ ପଟ୍ଟନାୟକ ଓ ଫ୍ରୋଜିଟ୍ର ଫାଇନାନ୍ସ ମୁଖ୍ୟ ଶ୍ରୀକାନ୍ତ ମହାପାତ୍ର ସମ୍ମାନନୀୟ ଅତିଥିଭାବେ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ସେଫ୍ ସୁନୀଲ ପ୍ରାରମ୍ଭିକ ସୂଚନା ଦେବା ସହ ଏଥିରେ ଅଂଶଗ୍ରହଣ କରିଥିବା ୫ଟି ଦେଶ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ଦୁବାଇ, ଇଣ୍ଡୋନେସିଆ ଓ ମସକଟ୍ ତଥା ଆମ ଦେଶର ୧୫ଟି ରାଜ୍ୟ ୧୦୦ ଜଣ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ରୁଚି ମସଲାର ସହଯୋଗରେ ଏହା ବେଶ୍  ରୁଚିକର କାର୍ଯ୍ୟକ୍ରମ ହୋଇଯାଇଛି ବୋଲି ସେ ପ୍ରକାଶ କରିଥିଲେ ।

ଦୀର୍ଘ ୩ ମାସ ଧରି ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମଧୁସ୍ମିତା ସୋରେନ୍ ପ୍ରଥମ, ସୋନାଲି ଦ୍ୱିତୀୟ, ବନଜା ପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ରାଜସ୍ଥାନର ଗାୟତ୍ରୀ ରତନ ମିଳିତ ଭାବେ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପୁରସ୍କାର ସ୍ୱରୂପ ପ୍ରଥମ ବିଜେତାକୁ ୫୦୦୦ ଟଙ୍କାର ଅର୍ଥରାଶି ଓ ସୁନା କଏନ, ଦ୍ୱିତୀୟ ବିଜେତାକୁ ୩୦୦୦ ଟଙ୍କାର ଅର୍ଥରାଶି ଓ ସୁନା କଏନ ଏବଂ ତୃତୀୟ ବିଜେତାଙ୍କୁ  ୨୦୦୦ ଟଙ୍କାର ଅର୍ଥରାଶି ଓ ସୁନା କଏନ ପ୍ରଦାନ କରାଯାଇଥିଲା । ସମସ୍ତ ପ୍ରତିଯୋଗୀ ରୁଚିର ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ କୋଭିଡ୍ ସମୟରେ ଏହିଭଳି କାର୍ଯ୍ୟକ୍ରମ ସମସ୍ତ ଗୃହିଣୀମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉଲ୍ଲାସ ଚନ୍ଦ୍ର ବେହୁରା ସଂଯୋଜନା କରିଥିବାବେଳେ ଦେବସ୍ମିତା ମିଶ୍ର, ଅମୃତରଂଜନ ଦାଶ, କୃଷ୍ଣଚନ୍ଦ୍ର ଦାଶ, ଜ୍ଞାନରଂଜନ ରାୟ, ସନ୍ତୋଷ ନାୟକ ପ୍ରମୁଖ ସହଯୋଗ କରିଥିଲେ ।