ରୁଚି-ଇ.ସି.ଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ ଉଦଯାପିତ । ଆର୍ଟିଷ୍ଟ ରୟାଲ ଚ୍ୟାଲେଞ୍ଜର୍ସକୁ ହରାଇ ଆର୍ଟିଷ୍ଟ ରୟାଲ ଟାଇଗର୍ସ ଚାମ୍ପିୟନ ।

Advertisment
ରୁଚି-ଇ.ସି.ଏଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୧ ଉଦଯାପିତ । ଆର୍ଟିଷ୍ଟ ରୟାଲ ଚ୍ୟାଲେଞ୍ଜର୍ସକୁ ହରାଇ ଆର୍ଟିଷ୍ଟ ରୟାଲ ଟାଇଗର୍ସ ଚାମ୍ପିୟନ ।

କନକ ବ୍ୟୁରୋ : ଇଭେଣ୍ଟ ମ୍ୟାନେଜମେଣ୍ଟ ଆସୋସିଏସନ ଅଫ୍ ଓଡ଼ିଶା ଆନୁକୁଲ୍ୟରେ ଏବଂ ଓଡ଼ିଶାର ଅଗ୍ରଣୀ ମସଲା ଉଦ୍ୟୋଗ ରୁଚିର ସହଯୋଗରେ ନିମପୁର ସ୍ପୋର୍ଟ୍ସ ଓ କ୍ରିକେଟ କ୍ଲବ ପଡିଆରେ ଦିବାରାତ୍ର ଏଣ୍ଟରଟେନର୍ସ କ୍ରିକେଟ ମ୍ୟାଚ୍ ୨୦୨୧ ଅନୁଷ୍ଠିତ ହୋଇଛି । ଏହି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚକୁ ଉଦଘାଟନ କରିଛନ୍ତି ଏସସିବି ମେଡିକାଲର ମେଡିସିନ ବିଭାଗର ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା । ଓଡ଼ିଶାର ସମସ୍ତ ଇଭେଣ୍ଟ ମ୍ୟାନେଜରସ୍, ଭେଣ୍ଡରସ, ମିଡ଼ିଆ ଓ କଳାକାରଙ୍କୁ ନେଇ ଗଠନ ହୋଇଥିବା ୮ଟି ଦଳ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଫାଇନାଲରେ ଆର୍ଟିଷ୍ଟ ରୟାଲ ଚ୍ୟାଲେଞ୍ଜର୍ସ ଓ ଆର୍ଟିଷ୍ଟ ରୟାଲ ଟାଇଗର୍ସ ମୁହାଁମୁହିଁ ହୋଇଥିଲେ । ଆଉ ଏଥିରେ ବାଜି ମାରିନେଇ ଚାମ୍ପିୟନ ହୋଇଥିଲା ଆର୍ଟିଷ୍ଟ ରୟାଲ ଟାଇଗର୍ସ । ସେହିଭଳି ମହିଳା କଳାକାରଙ୍କୁ ନେଇ ଦୁଇଟି ଦଳ ଗଠନ କରାଯାଇଥିବା ବେଳେ ଇମାଓ ମ୍ୟାଜେଣ୍ଡା ଇମାଓ ପିଙ୍କ୍ ଦଳକୁ ହରାଇ ଚାମ୍ପିୟନ ହୋଇଥିଲା ।

publive-imageଫାଇନାଲର ପୁରସ୍କାର ବିତରଣ ଉତ୍ସବରେ ରୁଚିର ପରିଚାଳନା ନିର୍ଦ୍ଦେଶକ ଡଃ. ଶରତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଡଭେଞ୍ଜର କର୍ପୋରେଟ ମୁଖ୍ୟ ସୁଧୀର ରଞ୍ଜନ ମିଶ୍ର, ଆସ୍ଥା ଫୁଡସର ରାହୁଲ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଇମାଓ ପକ୍ଷରୁ ଉପଦେଷ୍ଟା ଅଭିନେତା କୁନା ତ୍ରିପାଠୀ, ସଭାପତି ସାନୁ ରଥ, ସମ୍ପାଦକ ସରୋଜ ମାଲିଆ, ଉପସଭାପତି ଶିବୁ ପଟ୍ଟନାୟକଙ୍କ ସହ ସମ୍ପାଦକ ଅକ୍ଷେୟନ୍ଦୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଟୁର୍ଣ୍ଣାମେଣ୍ଟର ମୁଖ୍ୟ ସଂଯୋଜକ ଉଲ୍ଲାସ ଚନ୍ଦ୍ର ବେହୁରାଙ୍କ ଅଧ୍ୟକ୍ଷତାରେ ଅତିଥି ମାନେ ଚାମ୍ପିୟନ ଓ ରନର୍ସ ଅପ ଦଳକୁ ପୁରସ୍କୃତ କରିଥିଲେ । ଆଗାମୀ ବର୍ଷ ଏହି ଟୁର୍ଣ୍ଣାମେଣ୍ଟକୁ ଆହୁରି ଚିତାକର୍ଷକ କରାଯିବ ବୋଲି ଆୟୋଜକ ମାନେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe