କନକ ବ୍ୟୁରୋ : କୋରାପୁଟରୁ ବିହାର ଯିବ ନାବାଳିକା । କାଲି ଯିଏ ମାନସିକ ବିକାରଗ୍ରସ୍ତ ହୋଇ ରାସ୍ତା ଘାଟରେ ଘୁରି ବୁଲୁଥିଲା ଆଜି ସେ ସମ୍ପୂର୍ଣ୍ଣ ସୁସ୍ଥ ।  ୩ ବର୍ଷ ପରେ ବିହାରକୁ ଫେରିବ ୧୬ ବର୍ଷର ଝିଅ ରୁବି । ପରିବାର ପାଖକୁ ଫେରିବ ରୁବି ।

Advertisment

କୋରାପୁଟରୁ ଘରକୁ ଫେରିବ ବିହାରର ନାବାଳିକା । ବର୍ଷ ତଳେ ମାନସିକ ବିକାର ଗ୍ରସ୍ତ ହୋଇ ଘର ଛାଡି ଚାଲି ଆସିଥିଲା ରୁବି । ହେଲେ ଏବେ ଚିକିତ୍ସା ପରେ ସେ ସୁସ୍ଥ ହୋଇଛି । ଘର ଠିକଣା ଓ ପରିବାର ଲୋକଙ୍କ ନାମ କହିବା ପରେ ତାକୁ ବିହାର ପଠାଇବା ପ୍ରକ୍ରିୟା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି । ମାନସିକ ବିକାରଗ୍ରସ୍ତ ରୁବିକୁ ରାସ୍ତାରୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ଦେଇଥିଲା କୋରାପୁଟ ପାଟ୍ରୋଲିଂ ପୁଲିସ । ଚାଇଲଡ ଲାଇନରୁ ଶିଶୁ ମଙ୍ଗଳ ସମିତି ଓ ସେଠାରୁ ରୁବିକୁ ମିଶନାରୀ ଅଫ ଚାରିଟିକୁ ପଠାଯାଇଥିଲା । ଦୀର୍ଘ ଦିନର ଚିକିତ୍ସା ପରେ ରୁବି ସୁସ୍ଥ ହୋଇଛି । 

ରୁବି ସୁସ୍ଥ ହେବା ପରେ ଘରର ଠିକଣା ଓ ପରିବାର ଲୋକଙ୍କ ନାମ କହିଛି । ତାକୁ ଆଧାର କରି କୋରାପୁଟ ସିଡବ୍ଲୁସି ବିହାର ପ୍ରଶାସନ ସହ ଯୋଗାଯୋଗ କରିଥିଲା । ଆଉ ବିହାରରୁ ମିଳିଥିଲା ରୁବିର କରୁଣ କାହାଣୀ । ରୁବିର ଏପରି ଅବସ୍ଥା ପାଇଁ ବାଲ୍ୟ ବିବାହ ଦାୟୀ । ଘରେ ତାର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ରହିଛି, ପାରିବାରିକ ନିର୍ଯ୍ୟାତନାରେ ମାନସିକ ଭାରସାମ୍ୟ ହରାଇ ଘର ଛାଡିଥିଲା ରୁବି । ଏବେ ଶାଶୁ ଶ୍ୱଶୁର ରୁବିକୁ ଗ୍ରହଣ କରିବେ ବୋଲି ଆଶା ରଖିଛି କୋରାପୁଟ ଜିଲ୍ଳା ପ୍ରଶାସନ ।