କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ ୨୦୨୧ : ରୁବେନ୍ ବାନାର୍ଜୀ କହିଲେ, ଖବର ପରିବେଷଣ ବେଳେ ସବୁ ପକ୍ଷକୁ ଦିଆଯାଉ ସମାନ ଗୁରୁତ୍ୱ

203

କନକ ବ୍ୟୁରୋ : ଆଉଟ୍ ଲୁକର ପୂର୍ବତନ ସଂପାଦକ ରୁବେନ୍ ବାନାର୍ଜୀ ଏହି କାର୍ଯକ୍ରମରେ ସାମିଲ ହୋଇଛନ୍ତି । କନକ ନ୍ୟୁଜ ସଂପାଦକ ମନୋରଂଜନ ମିଶ୍ରଙ୍କ ସହ ‘ମିଡିଆ ଏ କୋଲସସ୍ ଉଇଥ୍ ଫିଟ୍ ଅଫ୍ କ୍ଲେ’ ପ୍ରସଙ୍ଗରେ ଆଲୋଚନା କରି ରୁବେନ ବାନାର୍ଜି କହିଛନ୍ତି, ଗଣମାଧ୍ୟମ ହେଉଛି ସମାଜର ଆଇନା । ବର୍ତ୍ତମାନ କଠିନ ପରିସ୍ଥିତି ଦେଇ ଗତି କରୁଛି ଗଣମାଧ୍ୟମ ।

ସେହିପରି ଏକପାଖିଆ ଖବର ପରିବେଷଣକୁ ନେଇ ରୁବେନ ରଖିଲେ ମତ । ସେ କହିଛନ୍ତି, ଖବର ପରିବେଷଣ ବେଳେ ଉଭୟ ପକ୍ଷକୁ ଗୁରୁତ୍ୱ ଦେବା ଆବଶ୍ୟକ । ଏବେ ଭାରତୀୟ ଗଣମାଧ୍ୟମରେ ରାଜନୀତିକରଣ ଦେଖିବାକୁ ମିଳୁଛି । ଗଣମାଧ୍ୟମ ଏବେ କଠିନ ପରିସ୍ଥିତିରେ ଚାଲିଛି । ସେହିଭଳି ରାଜ୍ୟ ସରକାର ଆରମ୍ଭ କରିଥିବା ଫାଇଭ ଟି କାଯ୍ୟକ୍ରମକୁ ସେ ପ୍ରସଂଶା କରିଛନ୍ତି । କିନ୍ତୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଚାରବିଭାଗୀୟ ତଦନ୍ତରେ ସରକାରଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଇଛନ୍ତି ରୁବେନ ବାନାର୍ଜୀ ।

ଦେଶରେ ଛତୁ ଫୁଟିବା ଭଳି ଗଣମାଧ୍ୟମ ଚ୍ୟାନେଲ ଖୋଲୁଛି । ଆଉ ସରକାରଙ୍କ ପାଖରୁ ଅନେକ ଚ୍ୟାନେଲ ବିଜ୍ଞାପନ ପାଉଥିବା କାରଣରୁ ସବୁ ଖବର ସାମ୍ନାକୁ ଆସିପାରୁନି । କିଛି ଗଣମାଧ୍ୟମ କର୍ପୋରେଟ ସଂସ୍ଥା ନିୟନ୍ତ୍ରଣରେ ରହୁଥିବା ବେେଳେ କିଛି ଗଣମାଧ୍ୟମ ସଂସ୍ଥାରେ ରାଜନୀତିର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । ଭାରତରେ ସାମ୍ବାଦିକତାର ମୃତ୍ୟୁ ନାହିଁ । ୨୦୦୦ରୁ ୨୦୨୧ ମଧ୍ୟରେ ଦେଶରେ ରାଜନୈତିକ ସ୍ଥିରତା ଦେଖିଛି । ରାଜ୍ୟରେ ୫-ଟି ଦ୍ୱାରା ସ୍ୱଚ୍ଛତା ଆସିଛି । ଲୋକସେବା ଭବନକୁ ସାମ୍ବାଦିକଙ୍କୁ ବାରଣ ନେଇ ମୁହଁ ଖୋଲିଲେ ରୁବେନ । କହିଲେ ସାମ୍ବାଦିକଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ଦିଆଯାଉ । ଗଣମାଧ୍ୟମ ହେଉଛି ସମାଜର ଆଇନା ।