ଆଜିଠୁ ଓଡିଶାରେ ପ୍ରବେଶ ପାଇଁ ପ୍ରବାସୀଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳ । ରେଳ ଷ୍ଟେସନ ଓ ବିମାନବନ୍ଦରରେ ବିମଏସି ପକ୍ଷରୁ ଜୋରଦାର ଚେକିଂ ।

99

କନକ ବ୍ୟୁରୋ: ଆଜିଠୁ ଓଡିଶାରେ ପ୍ରବେଶ ପାଇଁ ପ୍ରବାସୀଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳ । ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଥିଲେ ପ୍ରବାସୀଙ୍କ ରାଜ୍ୟରେ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଏଥିପାଇଁ ରେଳ ଷ୍ଟେସନ ଓ ବିମାନବନ୍ଦରରେ ବିମଏସି ପକ୍ଷରୁ ଜୋରଦାର ଚେକିଂ କରାଯାଉଛି ।

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ସଂକ୍ରମଣ ରୋକିବା ପାଇଁ ଯାତ୍ରୀଙ୍କୁ ଯାଂଚ କରାଯାଉଛି । ଏହାସହ ବାଣୀବିହାର ଉକ୍ରଳ ବିଶ୍ୱ ବିଦ୍ୟାଳୟରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ କଂଟାକ୍ଟ ଟ୍ରେସିଂ କରାଯାଉଛି । ଏହାସହ ମାର୍କେଟ ବିଲଡିଂରେ ହେଉଥିବା ଭିଡ ଉପରେ ମଧ୍ୟ ବିଏମସି ପକ୍ଷରୁ ନଜର ରଖାଯାଇଛି ।

ସେପଟେ ରାଜ୍ୟରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ସେହି ହିସାବରେ ରାଜ୍ୟବାସୀଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ । ଅତିଜରୁରୀ ନଥିଲେ ଡାକ୍ତରଖାନା ନଯିବା ପାଇଁ କୁହାଯାଇଛି । କରୋନା ଗତିରେ ବ୍ରେକ୍ ଲଗାଇବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି । ସ୍ଥିତି ଉପରେ ସରକାର ନଜର ରଖିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଇ ଦିଆଯାଉଛି । ନିହାତି ଜରୁରୀ ନଥିଲେ ଡାକ୍ତରଖାନାକୁ ଆସନ୍ତୁ ନାହିଁ କି ଘରକୁ କରୋନା ନେଇ ଯାଆନ୍ତୁ ନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ସେପଟେ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ଡାକ୍ତରଖାନା ପାଇଁ ଏକ ଗାଇଡଲାଇନ୍ ଜାରି କରାଯାଇଛି । ଅତି ଜରୁରୀ ନଥିଲେ ଅସ୍ତ୍ରୋପଚରା କରାଯିବ ନାହିଁ, କି ସେବା ଯୋଗାଇ ଦିଆଯିବ ନାହିଁ । ଡାକ୍ତରଙ୍କୁ କୁହାଯାଇଛି, ଓପିଡିକୁ ଆସୁଥିବା ରୋଗୀଙ୍କୁ ବାରମ୍ବାର ଡାକିବେ ନାହିଁ । ରୋଗୀଙ୍କୁ ଦେଖି ଔଷଧ ଦେଇ ୭ରୁ ୧୦ ଦିନ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଡାକିବାକୁ ପରାମର୍ଶ ଦିଆଯାଇଛି ।