କରୋନା ସଂକ୍ରମଣକୁ ନେଇ କଡା କଟକଣା । ବିଦେଶରୁ ଅସିଲେ RTPCR ରିପୋର୍ଟ ଜରୁରୀ ।

101

କନକ ବ୍ୟୁରୋ: କରୋନା ସଂକ୍ରମଣକୁ ନେଇ କଡାକଡି ହେଲା କଟକଣା । ବିଦେଶରୁ ଅସିଲେ ଆରଟିପିସିଆର ରିପୋର୍ଟ ଜରୁରୀ । ଚୀନ , ଜାପାନ, ହଂକଂ, ଦକ୍ଷିଣ କୋରିଆ, ଥାଇଲ୍ୟାଣ୍ଡରୁ ଆସିଲେ ରିପୋର୍ଟ ଜରୁରୀ । ପଜିଟିଭ୍ ଆସିଲେ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ।

ଚୀନରେ କରୋନାର ନୂଆ ଭ୍ୟାରିଏଣ୍ଟ ବିଏଫ.୭ ଆତଙ୍କ ଖେଳାଇବା ପରେ ସତର୍କ ହୋଇଛନ୍ତି ଭାରତ ସରକାର । । ଲୋକଙ୍କ ପାଇଁ ନୂଆ ଆଡଭାଇଜରି ଜାରି କରାଯାଇଛି । ମାସ୍କ ପିନ୍ଧିବା, ସାମାଜିକ ଦୂରତା ମାନିବା ସହ କୋଭିଡ ସତର୍କତା ପାଳନ ପାଇଁ କୁହାଯାଇଛି । ଲକ୍ଷଣ ଦେଖାଗଲେ ସଙ୍ଗରୋଧରେ ରହିବା, କରୋନା ପରୀକ୍ଷା କରିବା ପାଇଁ କୁହାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ବୈଠକ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ଭାବ୍ୟ ଜରୁରୀ ସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ର କିଭଳି ରହିଛି, ତାହା ଜାଣିବା ପାଇଁ ଆସନ୍ତା ୨୭ ତାରିଖରେ ଦେଶବ୍ୟାପୀ ହସ୍ପିଟାଲ ଗୁଡିକରେ ମକ୍ ଡ୍ରିଲ ଅନୁଷ୍ଠିତ ହେବ । ଓଡିଶାରେ ମଧ୍ୟ କ୍ୟାପିଟାଲ ହସ୍ପିଟାଲ, ରାଉରକେଲା ହସ୍ପିଟାଲ ସମେତ ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗୁଡିକରେ ମକଡ୍ରିଲ କରାଯିବ । ଅକ୍ସିଜେନ୍ ସିଲିଣ୍ଡର, ଔଷଧ, କୋଡିଭ୍ ଶଯ୍ୟା ତଥା ଆଇସିୟୁ ଶଯ୍ୟାର ଉପଲବ୍ଧି ଉପରେ ଫୋକସ୍ ଦିଆଯିବ ।