କନକ ବ୍ୟୁରୋ : ଶେଷ ମୁହୂର୍ତରେ ଗାଡି କାଗଜପତ୍ର ଠିକ କରାଇନେବା ପାଇଁ ଲୋକଙ୍କ ଭିତରେ ତତ୍ପରତା । ଏଥିପାଇଁ ସାରା ରାଜ୍ୟରେ ଆରଟିଓ ସାମ୍ନାରେ ପ୍ରବଳ ଗହଳି ଲାଗିରହିଛି । ନୂଆ ଟ୍ରାଫିକ ନିୟମ ଲାଗୁ ପାଇଁ ବାକି ରହିଛି ମାତ୍ର ୨୪ ଘଂଟାର ମହଲତ । କାଲିଠୁ ରାଜ୍ୟରେ କଡାକଡି ହେବ ନୂଆ ସଂଶୋଧିତ ମୋଟର ଯାନ ଆଇନ । ପରିବହନ ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୧ରୁ ଆଉ ନିସ୍ତାର ନାହିଁ । ଗାଡିର କାଗଜ ପତ୍ର ଠିକନଥିଲେ, ଟ୍ରାଫିକ ନିୟମ ଭାଙ୍ଗିଲେ ମୋଟା ଅଙ୍କର ତଣ୍ଡ ଗଣିବେ ଗାଡି ଚାଳକ । ରାଜ୍ୟ ସରକାର ଦେଇଥିବା କଂଟ ଆଜି ସରୁଥିବାରୁ ବିଭିନ୍ନ ସ୍ଥାନରେ ଥିବା ଆରଟିଓ ଗୁଡିକରେ ଏହି ଭଳି ଭିଡ ଦେଖିବାକୁ ମିଳିଛି ।
ଆରସି, ଡିଏଲ ଠାରୁ ଆରମ୍ଭ କରି ଗାଡିର କାଗଜ ପତ୍ର କରିବା ପାଇଁ ଆରଟିଓରେ ଧାଡିବାନ୍ଧିଛନ୍ତି ଲୋକେ । ନୂଆ ମୋଟର ଯାନ ଆଇନ ଆସିବା ପରେ କାଗଜପତ୍ର କରିବା ପାଇଁ ରାଜ୍ୟ ସରକାର ଦୁଇଟି ମହଲତରେ ୬ ମାସର ମହଲତ ଦେଇଛନ୍ତି । ଯାହାର ମହଲତ ଆଜି ସରୁଛି । ପ୍ରଥମ ଦଫାରେ ସେପ୍ଟେମ୍ବର ଠାରୁ ନଭେମ୍ବର ଯାଏଁ ନିୟମକୁ କୋହଳ କରାଯାଇଥିଲା । ଏହାପରେ ଡିସେମ୍ବରୁ ଫେବୃୟାରୀ ୨୯ ତାରିଖ ଯାଏଁ ରିହାତି ଦେଇଥିଲେ ରାଜ୍ୟ ସରକାର । ତେଣୁ ଆସନ୍ତାକାଲି ଠାରୁ ନିୟମ କଡାକଡି ଭାବେ ପାଳନ କରିବା ପାଇଁ ପରିବହନ ଓ ପୁଲିସ ମଧ୍ୟ ପ୍ରସ୍ତୁତ ହୋଇସାରିଲେଣି । ୬ ମାସର ମହଲତ ପରେ ଗାଡି ଚାଳକ କେତେ ସଚେତନ ହୋଇଛନ୍ତି ତାହା ଆସନ୍ତାକାଲି ଜଣାପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/RTO-4.jpg)
/kanak/media/post_attachments/wp-content/uploads/2020/02/RTO-750x430-1-300x172.jpg)