ନାବାଳକଙ୍କୁ ମହଙ୍ଗା ପଡିଲା ବାଇକ ଚଳାଇବା । ୨୬ ହଜାର ଟଙ୍କାର ଫାଇନ କାଟିଲେ ଆରଟିଓ ଅଧିକାରୀ, ଜାଣନ୍ତୁ ଓଡିଶାର କେଉଁ ସ୍ଥାନରେ ଘଟିଲା ଏଭଳି ଘଟଣା ।

985

କନକ ବ୍ୟୁରୋ : ହେଲମେଟ୍ ନାହିଁ, ଲାଇସେନ୍ସ ନାହିଁ, ବାଇକ୍ ଚଳାଉଥିଲେ ଜଣେ ନାବାଳକ । ଆଉ ମୋଟରଯାନ ଆଇନ ଅନୁସାରେ ୨୬ ହଜାର ଟଙ୍କା ଜରିମାନା ଫାଇନ ଆଦାୟ କରିଛନ୍ତି ଆରଟିଓ ଅଧିକାରୀ । ଏହି ଖବର ଆସିଛି ଅନୁଗୁଳର ପାଲଲହଡ଼ା ଅଞ୍ଚଳରୁ । ପାଲଲହଡ଼ା ଟାଉନ ଠାରୁ ୨ କିଲୋମିଟର ଝିମିରିପାଲି ଛକ ଠାରେ ତାଳଚେର ଆରଟିଓ ଓ ପାଲଲହଡ଼ା ପୋଲିସ ମିଳିତ ଭାବେ ଆଜି ଗାଡ଼ି ଯାଞ୍ଚ ଚାଲିଥିଲା । ଜଣେ ନାବାଳକ ବେଆଇନ ଭାବେ ଗାଡ଼ି ଚଳାଉଥିବାରୁ ଯାଞ୍ଚ ବେଳେ ଧରା ପଡ଼ିଥିଲେ ।

ଓଆର୍ ୧୯ ଜେ ୫୬୩୫ ନମ୍ବର ଥିବା ଏହି ବାଇକର ମାଲିକ ହେଉଛନ୍ତି ଅନୀଲ କୁମାର ଜେନା । ତେବେ ଏହି ଗାଡ଼ିକୁ ବିନା ହେଲମେଟରେ ଚଳାଉଥିଲେ ଜଣେ ନାବାଳକ । ବେଆଇନ ଭାବେ ଜଣେ ନାବାଳକ ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିବାରୁ ୨୫ ହଜାର ଟଙ୍କାର ଫାଇନ୍ କଷିଥିଲା ଆଂଚଳିକ ପରିବହନ ବିଭାଗ । ହେଲମେଟ୍ ପିନ୍ଧି ନଥିବାରୁ ପଡିଥିଲା ୧ ହଜାର ଟଙ୍କାର ଜରିମାନା । ମୋଟ ୨୬ ହଜାର ଟଙ୍କାର ଚାଲଣ କଟା ଯାଇଥିଲା । ମୋଟର ସାଇକେଲକୁ ମଧ୍ୟ ଜବତ କରିଛି ପାଲଲହଡ଼ା ପୋଲିସ ।