କନକ ବ୍ୟୁରୋ : ଲୋକଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୫ଟି ଅତିରିକ୍ତ କେନ୍ଦ୍ର ଖୋଲିବ। ଏଥିରୁ ଭୁବନେଶ୍ୱରରେ ୪ଟି କେନ୍ଦ୍ର ଓ ଖୋର୍ଦ୍ଧାରେ ଗୋଟିଏ କେନ୍ଦ୍ର ଖୋଲିବ। ଭୁବନେଶ୍ୱର ଓ ଖୋର୍ଦ୍ଧାରେ ଅତିରିକ୍ତ ଲାଇସେନ୍ସ କେନ୍ଦ୍ର ଖୋଲିବା ପରେ ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଅତିରିକ୍ତ କେନ୍ଦ୍ର ଖୋଲିବ।
ଭୁବନେଶ୍ୱରରେ ଆରଟିଓ-୧ ଓ ଆରଟିଓ-୨କୁ ବାଦ୍ ଦେଇ ଆହୁରି ୪ଟି ଅତିରିକ୍ତ କେନ୍ଦ୍ର ଖୋଲିବ ବୋଲି ପରିବହନ ସଚିବ ଜି ଶ୍ରୀନିବାସ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୋର୍ଦ୍ଧାରେ ମଧ୍ୟ ଏକ ଅତିରିକ୍ତ କେନ୍ଦ୍ର ଖୋଲିବ। ଅତିରିକ୍ତ କେନ୍ଦ୍ରରେ ଲଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯିବ। ଲଣ୍ଣିଂ ଲାଇସେନ୍ସ ପାଇଁ ରାଜଧାନୀର ସହିଦନଗର, ଚନ୍ଦ୍ରଶେଖରପୁର, ବିଏମ୍ସି ଅଫିସ ଓ ଶିରୀପୁରରେ ଅତିରିକ୍ତ କେନ୍ଦ୍ର ଖୋଲିବ। ସେହିଭଳି ଖୋର୍ଦ୍ଧା ଟାଉନରେ ମଧ୍ୟ ଅତିରିକ୍ତ କେନ୍ଦ୍ର ଖୋଲିବ।
ରାଜ୍ୟ ସରକାର ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ଛୁଟି ଦିନରେ ମଧ୍ୟ ପରିବହନ କାର୍ଯ୍ୟାଳୟଗୁଡିକୁ ଖୋଲା ରଖିବାକୁ ପୂର୍ବରୁ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଛୁଟିରେ ଆରଟିଓ ଅଫିସ ଖୋଲିବାକୁ ପରିବହନ ସଚିବ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ ଚଳିତ ମାସ ୧ ତାରିଖରୁ ଦେଶରେ ନୂତନ ସଡ଼କ ଓ ପରିବହନ ନିୟମ ଲାଗୁ ହେବା ପରେ ଚାଳକମାନେ ଭୟଭୀତ ହୋଇଯାଇଛନ୍ତି। ନୂତନ ନିୟମ ଲାଗୁ ହୋଇଥିଲେ ବି କିଛି ରାଜ୍ୟରେ ଟ୍ରାଫିକ ଚାଲାଣ ନେଇ କୋହଳ କରାଯାଇଛି। ତଥାପି ଲୋକେ ଘରୁ ସଡ଼କ ଉପରକୁ ଯିବା ପୂର୍ବରୁ ଅନେକ ଚିନ୍ତା କରୁଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/ss-1.png)