ଆପଣ ଜାଣନ୍ତି କି ପ୍ରଧାନମନ୍ତ୍ରୀ ମୋଦିଙ୍କ ପୋଷାକ ଖର୍ଚ୍ଚ କିଏ ବହନ କରନ୍ତି ! RTI କଲା ଖୁଲାସା 

32

ନୂଆ ଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କପଡା ଓ ସୁଟ୍ କୁ ନେଇ ଅନେକ ଥର ବିରୋଧି ଦଳ ଟାର୍ଗେଟ କରିଛନ୍ତି । ଆଉ ଏହାକୁ ନେଇ ଅନେକଙ୍କ ମଧ୍ୟରେ ମଧ୍ୟ ବହୁତ ପ୍ରଶ୍ନ ଉଙ୍କିମାରିଥାଏ । ଏବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଦିଆଯାଇଥିବା ସୂଚନାରେ  କୁହାଯାଇଛି ଯେ,  ପିଏମ୍ ମୋଦି ପିନ୍ଧୁଥିବା  ବ୍ୟକ୍ତିିଗତ ପୋଷାକରେ ହେଉଥିବା ଖର୍ଚ୍ଚ ପ୍ରଧାନମନ୍ତ୍ରୀ ନିଜ ଦରମାରୁ ହିଁ ଭରିଥାନ୍ତି । ଏଥିପାଇଁ ସରକାରୀ କାର୍ଯ୍ୟାଳୟ ତରଫରୁ କୌଣସି କରିବାକୁ ପଡେନାହିଁ । RTI କାର୍ଯ୍ୟକର୍ତ୍ତା  ରୋହିତ ସବରୱାଲ ସୂଚନା ଅଧିକାର ଅନୁସାରେ ଏହି ତଥ୍ୟ ଦେଇଛନ୍ତି ।

ରୋହିତ ସବରୱାଲ  ଲମ୍ବା ସମୟ ଧରି RTI ରେ ରହିଛନ୍ତି । ଏହାପୂର୍ବରୁ ସେ ଅଟଳ ବିହାରୀ ବାଜପେୟୀ ଓ ମନମୋହନ ସିଂହଙ୍କ ବ୍ୟକ୍ତିଗତ  ଖର୍ଚ୍ଚ ସହ ଜଡିତ ଆଇଟିଆଇର ଅଂଶ ଥିଲେ । ସବରୱାଲ ଅଟଳ ବିହାରୀ ବାଜପେୟୀଙ୍କର କାର୍ଯ୍ୟକାଳ (୧୯ମାର୍ଚ୍ଚ ୧୯୯୮ରୁ ୨୨ ମେ ୨୦୦୪ମଧ୍ୟରେ ) ପ୍ରତି ବର୍ଷ ବାଜପେୟୀଙ୍କର ପୋଷାକ ଉପରେ ହେଉଥିବା ଖର୍ଚ୍ଚର ତଥ୍ୟ ମାଗିଥିଲେ । ଏହିପରି ମନମୋହନ ସିଂହଙ୍କର କାର୍ଯ୍ୟକାଳ ( ୨୨ମେ ୨୦୦୪ରୁ ୨୬ ମେ ୨୦୧୪)ରେ ଶ୍ରୀଯୁକ୍ତ ସିଂହଙ୍କର ପୋଷାକର ଖର୍ଚ୍ଚର ହିସାବ ମଧ୍ୟ ସୂଚନା ଅଧିକାରୀ ଜରିଆରେ ମାଗିଥିଲେ ।

ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବା ପର ଠାରୁ ଆଜିଯାଏ ପ୍ରତିବର୍ଷ ହେଉଥିିବା ଖର୍ଚ୍ଚର ହିସାବ ମଧ୍ୟ ରୋହିତ ସବରୱାଲ  ମାଗିଥିଲେ ।  ଏହାର ଜବାବରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ସୂଚନା ଦେଇଛି ଯେ ପିଏମ୍  ମୋଦିଙ୍କ ବସ୍ତ୍ର ଉପରେ ହେଉଥିବା ଖର୍ଚ୍ଚ ସରକାରୀ କାର୍ଯ୍ୟାଳୟ କରେନାହିଁ ।  ପ୍ରଧାନମନ୍ତ୍ରୀ ମୋଦି ନିଜେ ନିଜର ଦରମାରୁ ଏହି ଖର୍ଚ୍ଚ ବହନ କରିଥାନ୍ତି ।

ସୂଚନା ଅନୁସାରେ, RTI କାର୍ଯ୍ୟକର୍ତ୍ତା ରୋହିତ ସବରୱାଲ  କହିଛନ୍ତି , ‘ବହୁତ ଲୋକଙ୍କୁ ଏହା ଅନୁମାନ ହୁଏ ଯେ ପିଏମ୍ ମୋଦିଙ୍କର ପୋଷାକ ପାଇଁ ସରକାରୀ ଅର୍ଥରୁ ବଡ ରକମର ଖର୍ଚ୍ଚ କରାଯାଏ ।RTI ତରଫରୁ ମିଳିଥିବା ସୂଚନା ମୁତାବକ ଲୋକଙ୍କର ଏହି ଭ୍ରମ ଏଥର ଦୂର ହୋଇପାରିବ । ’ ରୋହିତ ସବରୱାଲ ଏହା ମଧ୍ୟ କହିଛନ୍ତି ଯେ, ପ୍ରଧାନମମନ୍ତ୍ରୀଙ୍କ ରହିବା-ଖାଇବାରେ ହେଉଥିିବା ଖର୍ଚ୍ଚକୁ ନେଇ କିଛି ରାଜନୈତିକ ଦଳ ପ୍ରମୁଖ ଭାବେ ଆମ୍ ଆଦମୀ ପାର୍ଟି ଓ ଅରବିନ୍ଦ କେଜ୍ରିୱାଲ୍ ଅନେକ ପ୍ରଶ୍ନ ଉଠାଇଛନ୍ତି । ଏହି ଆରୋପର ସତ ଜାଣିବାକୁ ମୁଁ ୯ଡିସେମ୍ବର୨୦୧୭ରେ ଏହି ଆଇଟିଆଇ ଦେଇଥିଲେ ।

(ସୌଜନ୍ୟ- ନବଭାରତ ଟାଇମ୍ସ)