କନକ ବ୍ୟୁରୋ : ନାଇଜେରିଆରେ ଡଙ୍ଗା ବୁଡି ୧୦୩ ଜଣଙ୍କ ମୃତ୍ୟୁ । ନିଖୋଜ ୯୭ ଜଣଙ୍କୁ ଉଦ୍ଧାର ପାଇଁ ପ୍ରକ୍ରିୟା ଜାରି ରହିଛି । ସେଥି ମଧ୍ୟରୁ ୧୦୦ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଡଙ୍ଗାରେ ପାଖାପାଖି ୩୦୦ ଯାତ୍ରୀ ଥିଲେ । ସମସ୍ତେ ବିବାହ ଉତ୍ସବରେ ଯୋଗଦେଇ ଫେରୁଥିଲେ । ଫେରୁଥିବା ବେଳେ ନାଇଜର ନଦୀରେ ଡଙ୍ଗା ଦୁର୍ଘଟଣାଗ୍ରସ୍ତ ହୋଇଛି । ନଦୀରେ ଏକ କାଠ ଗଣ୍ଡିରେ ଡଙ୍ଗା ପିଟି ହୋଇଥିଲା ।