ଆଜିକାଲି ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ହଟଷ୍ଟାର ପ୍ରଭୃତି ଅନଲାଇନ ଷ୍ଟ୍ରିମିଂ ପ୍ଲାଟଫର୍ମଗୁଡ଼ିକର ଲୋକପ୍ରିୟତା ବଢିଚାଲିଛି । ଏସବୁ ଅନଲାଇନ ପ୍ଲାଟଫର୍ମରେ ବିଭିନ୍ନ ପ୍ରକାରର ବିଷୟବସ୍ତୁ ଥିବା କାର୍ୟ୍ୟକ୍ରମ ପ୍ରସାରଣ ହେଉଛି । ବିଭିନ୍ନ ସମୟରେ ଏଗୁଡ଼ିକୁ ନେଇ ବିବାଦ ମଧ୍ୟ ଉଠୁଛି । ନିକଟରେ ନେଟଫ୍ଲିକ୍ସର ଏକ କାର୍ୟ୍ୟକ୍ରମରେ ହିନ୍ଦୁ ସଂସ୍କୃତି ବିରୋଧୀ ଦୃଶ୍ୟ ଥିବା ନେଇ ବିବାଦ ଉଠିଛି । ଏଥିରେ ହିନ୍ଦୁ ସଂସ୍କୃତିର ଅବମାନନା କଲାଭଳି କେତେକ ଦୃଶ୍ୟକୁ ନେଇ ହିନ୍ଦୁବାଦୀ ସଂଗଠନମାନେ ଆପତ୍ତି ଉଠାଇଛନ୍ତି ।
ଏହାକୁ ଦୃଷ୍ଟିରେ ରଖି ଆରଏସଏସ ପକ୍ଷରୁ ମଧ୍ୟ କେତେକ ପଦକ୍ଷେପ ନିଆଯାଇଛି । ନିକଟରେ ଆରଏସଏସର ଏକ ପ୍ରତିନିଧିମଣ୍ଡଳ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ହଟଷ୍ଟାର ପ୍ରଭୃତି ଅନଲାଇନ ଷ୍ଟ୍ରିମିଂ କମ୍ପାନିର ଅଧିକାରୀମାନଙ୍କୁ ଭେଟି ଆଲୋଚନା କରିଛନ୍ତି । ଭବିଷ୍ୟତରେ ଭାରତୀୟ ସଂସ୍କୃତି, ହିନ୍ଦୁ ପରମ୍ପରାକୁ ଆଘାତ ଦେବାଭଳି କାର୍ୟ୍ୟକ୍ରମ ପ୍ରସାରଣ ଠାରୁ ଦୂରେଇ ରହିବାକୁ ସଂଘ ପକ୍ଷରୁ ପରାମର୍ଶ ଦିଆଯାଇଛି ।
Follow Us
/kanak/media/post_attachments/wp-content/uploads/2019/10/images-2-3-300x168.jpg)