ଆରଏସଏସ କାର୍ଯ୍ୟକର୍ତ୍ତାଙ୍କ ଚରମ ପଦକ୍ଷେପ ! ପ୍ରଥମେ ନିଜକୁ ନିଆଁ ଲଗାଇଲେ ପରେ ‘ଭାରତ ମାତା କି ଜୟ’ କହି ଦୌଡିଲେ ।

42

ଜୟପୁରରେ ୪୫ ବର୍ଷୀୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) କାର୍ଯ୍ୟକର୍ତ୍ତାଙ୍କ ଚରମ ପଦକ୍ଷେପ ସେଠାକାର ଲୋକଙ୍କ ରୋମଟାଙ୍କୁରି ଦେଇଛି । ପ୍ରଥମେ ନିଜ ଶରୀରକୁ ନିଆଁ ଲଗାଇଲେ ପରେ ‘ଭାରତ ମାତା କି ଜୟ’ ଜୟକାର କରି ୧୦୦ ମିଟର ପଯ୍ୟନ୍ତ ଦୌଡିଲେ । ବିଚ ରୋଡରେ ଜିଅନ୍ତା ଜଳୁଥିବା ଲୋକଟିକୁ ଦେଖି ଆଖପାଖ ଲୋକମାନେ ପାଣି ପକାଇ ନିଆଁ ଲିଭାଇଥିଲେ ଏବଂ ତତକ୍ଷଣାତ୍ ଡାକ୍ତରଖାନା ନେଇ ଯାଇଥିଲେ । ଉକ୍ତ ଅଧିକାରୀଙ୍କ ଦେହର ୮୦ ପ୍ରତିଶତ ଅଂଶ ପୋଡିଯାଇଥିବା ବେଳେ ତାଙ୍କୁ ଏବେ ଦିଲ୍ଲୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଲୋକଙ୍କ କହିବାନୁସାରେ ରଘୁବୀର ଶରଣ ନାମକ ଏହି ବ୍ୟକ୍ତି ଜୟପୁରର କ୍ରାଉନ ପ୍ଲାଜା ଫ୍ଲାଟରେ ବାସ କରନ୍ତି । ତାଙ୍କର ଏକ ଔଷଧ ଦୋକାନ ମଧ୍ୟ ରହିଅଛି । ପ୍ରତିଦିନ ସେ ଆମ୍ରପଲ୍ଲୀ ସର୍କଲ ପାଖରେ ଆରଏସଏସ ଶାଖା ଲଗାନ୍ତି । ସୁଚନାନୁସାରେ ନିଆଁ ଲଗାଇବା ପୂର୍ବରୁ ରଘୁବୀର ସୋସିଆଲ ମିଡିଆରେ ସମାଜରେ ପ୍ରତିଦିନ ଘଟୁଥିବା କଟୁତାକୁ ନେଇ ଚିନ୍ତିତ ଥିବା କଥା କହିଥିଲେ । ଅନ୍ୟ କଥାରେ ପଡି ଭାଇ-ଭାଇ ମଧ୍ୟରେ କନ୍ଦଳ,ମାରପିଟ କଥାକୁ ଧିକ୍କାର କରିଥିଲେ ଏବଂ ଏସବୁ ମଧ୍ୟରୁ ବାହାରିବା ପାଇଁ ଆତ୍ମହତ୍ୟା କରିବା କଥା ମଧ୍ୟ ପ୍ରକାଶ କରିଥିଲେ । ପୋଲିସ ପଚରାଉଚରା ପରେ ପ୍ରଥମେ ପାରିବାରିକ କନ୍ଦଳ ପରେ ସାମାଜିକ କନ୍ଦଳ ମଧ୍ୟରେ ପେଶୀ ହୋଇ ଏଭଳି ପଦକ୍ଷେପ ନେବା କଥା ସେ କହିଥିଲେ ।