ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବଡ ବୟାନ : ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଆଣନ୍ତୁ ଆଇନ

Advertisment
ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବଡ ବୟାନ : ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଆଣନ୍ତୁ ଆଇନ

ରାମ ମନ୍ଦିରକୁ ନେଇ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ବଡ ବୟାନ । ରାମ ମନ୍ଦିର ନିର୍ମାଣ ହେବା ଜରୁରୀ । ଯେକୌଣସି ଉପାୟରେ ହେଉ ପଛେ ରାମ ମନ୍ଦିର ହେବା ଉଚିତ । ଆବଶ୍ୟକ ପଡିଲେ ସରକାର ଏଥିପାଇଁ ଆଇନ ପ୍ରଣୟନ କରି ରାମମନ୍ଦିର ନିର୍ମାଣ କରନ୍ତୁ ବୋଲି ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ କହିଛନ୍ତି । ଆଉ ଭାଗବତଙ୍କ ଏହି ବୟାନ ପରେ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି ।

publive-imageଆଜି ନାଗପୁର ଠାରେ ଆରଏସଏସ ପକ୍ଷରୁ ବିଜୟ ଦଶମୀ ଉତ୍ସବ ପାଳନ ହେଉଛି। ଏଥିରେ ନୋବେଲ ପୁରସ୍କାର ବିଜେତା କୈଳାଶ ସତ୍ୟାର୍ଥୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଛନ୍ତି। ଏହି ଉତ୍ସବରେ ଆରଏସଏସ ପ୍ରମୁଖ ମୋହନ ଭାଗବତ କହିଛନ୍ତି ଯେ ରାମ କେବଳ ହିନ୍ଦୁଙ୍କର ନୁହନ୍ତି, ସେ ସମଗ୍ର ଭାରତର। ରାମ ମନ୍ଦିର ନିର୍ମାଣ ହେଲେ ଦେଶରେ ସଦଭାବନାର ପରିବେଶ ସୃଷ୍ଟି ହେବ। ଇତିହାସର କେଉଁ ଏକ ଅଶୁଭ ସମୟରେ ବାବର ନାମକ ଏକ ଝଡ଼ ଆସି ଭାରତରେ ହିନ୍ଦୁ- ମୁସଲମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି କରି ଦେଇଯାଇଛି। ତେଣୁ ଭାରତରେ ରାମ ମନ୍ଦିର ହେବା ଜରୁରି। ଆଉ ଯେ କୌଣସି ଉପାୟରେ ହେଉନା କାହିଁକି ରାମ ମନ୍ଦିର ହେବା ଜରୁରି। ଏଥିପାଇଁ ସରକାର ଆଇନ ଆଣନ୍ତୁ ବୋଲି ମୋହନ ଭାଗବତ କହିଛନ୍ତି ।

ସେହିପରି କେରଳ ସାବିରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ଶ୍ରୀ ଭାଗବତ କହିଛନ୍ତି ଯେ ଲୋକେ ଦୀର୍ଘ ଦିନରୁ ଚଳି ଆସିଥିବା ପରମ୍ପରାକୁ ଛାଡ଼ିବାକୁ ପ୍ରସ୍ତୁତ ନୁହଁନ୍ତି। ଏ ନେଇ କୋର୍ଟ ଯେଉଁ ରାୟ ଦେଇଛନ୍ତି, ତାହା ପୁରଷ- ମହିଳାଙ୍କ ମଧ୍ୟରେ ସମାନତା ଦର୍ଶାଇବା ପାଇଁ ଉଦ୍ଦିଷ୍ଟ। ମାତ୍ର ଏହା ଫଳରେ ଦୀର୍ଘଦିନ ହେବ ଲୋକଙ୍କ ପରମ୍ପରା ଓ ବିଶ୍ୱାସ ଭାଙ୍ଗି ଯାଇଛି। ଯିଏ ଏ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସିଏ ମନ୍ଦିର ଯାଇ ନାହାଁନ୍ତି। ଯେଉଁ ମହିଳାମାନେ ଆନ୍ଦୋଳନ କରୁଛନ୍ତି ସେମାନେ ଧର୍ମ ଓ ପରମ୍ପରାକୁ ମାନନ୍ତି। ତେବେ ଧାର୍ମିକ ବିଷୟ ଉପରେ ଧର୍ମାଚାର‌୍ୟ୍ୟମାନଙ୍କ ପରାମର୍ଶ ଗ୍ରହଣ କରାଯିବା ଉଚିତ ବୋଲି ମୋହନ ଭାଗବତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe