ଦେଶ ବିଭାଜନକୁ ନେଇ ଆରଏସଏସ୍ ପ୍ରମୁଖ ମୋହନ ଭାଗବତଙ୍କ ବୟାନ, କହିଲେ ଏଭଳି କଥା

197

କନକ ବ୍ୟୁରୋ : ଦେଶ ବିଭାଜନକୁ ନେଇ ପୁଣି ରାଜନୀତି ସରଗରମ ହୋଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସରଚାଳକ ଦେଶ ବିଭାଜନକୁ ନେଇ ପୁଣି ବୟାନ ଜାରି କରିଛନ୍ତି । ସେ କହିଛନ୍ତି କି ଦେଶ ବିଭାଜନ ଏକ ଦୁଃଖଦ ଘଟଣା, ଯାହାକୁ ଭୁଲିବା ସମ୍ଭବ ନୁହେଁ । ସେ କହିଛନ୍ତି କି ଯେତେବେଳେ ଦେଶ ବିଭାଜନ ନିରସ୍ତ୍ର ହେବ ସେତେବେଳେ ଏହି ଦୁଃଖ ମନରୁ ଦୂର ହେବ ।

ନୋଇଡା ଠାରେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଗବତ କହିଛନ୍ତି କି ଦେଶ ବିଭାଜନ କୌଣସି ରାଜନୈତିକ ପ୍ରଶ୍ନ ନୁହେଁ ବରଂ ଏହା ଅସ୍ତିତ୍ୱର ପ୍ରଶ୍ନ । ସେତେବେଳେ ଭାରତ ବିଭାଜନ ପ୍ରସ୍ତାବକୁ ଏଥିପାଇଁ ସ୍ୱିକାର କରିଥିଲା କି ଯେଭଳି ଏହାକୁ ନେଇ ଦେଶ ଭିତରେ ହିଂସା ନହେଉ, ମାତ୍ର ଦେଶ ବିଭାଜନ ପରେ ଏହାର ଓଲଟା ଦେଖିବାକୁ ମିଳିଲା । ଏହାକୁ ନେଇ ଏପର୍ଯ୍ୟନ୍ତ ଦେଶରେ ହିଂସା ଲାଗିରହିଛି ବୋଲି ଭାଗବତ କହିଛନ୍ତି ।

ସଂଘ ସରଚାଳକ ମୋହନ ଭାଗବତ କହିଛନ୍ତି କି, ଭାରତ ବିଭାଜନ ସେତେବେଳର ପରିସ୍ଥିତି ଠାରୁ ବ୍ରିଟିସ ଓ ଇସ୍ଲାମ ଆକ୍ରମଣର ଭୟ କାରଣରୁ କରାଯାଇଥିଲା । ଗୁରୁ ନାନକ ବି ଇସ୍ଲାମିକ ଆକ୍ରମଣ ନେଇ ପୂର୍ବରୁ ଚେତାଇ ଦେଇଥିଲେ । ନାନକ କହିଥିଲେ କି ବିଭାଜନ ବ୍ୟତୀତ କୌଣସି ଉପାୟ ନାହିଁ କି ଏହାକୁ ନେଇ ଦେଶବାସୀ କେହି ଖୁସି ନୁହଁନ୍ତି । ଯଦି ବିଭାଜନକୁ କେହି ବୁଝିବାକୁ ଚାହିଁବ ତେବେ ସେ ସମୟର ପରିସ୍ଥିତିକୁ ପ୍ରଥମେ ବୁଝିବାକୁ ପଡିବ । କହିରଖୁ କି ଏହି କାର୍ଯ୍ୟକ୍ରମରେ ମୋହନ ଭାଗବତ ‘ବିଭାଜନ କାଳୀନ ଭାରତ କେ ସାକ୍ଷୀ’ ନାମରେ ଏକ ପୁସ୍ତକ ଉନ୍ମୋଚନ କରିଥିଲେ ।

ଏହି ପୁସ୍ତକର ଲେଖକ କୃଷ୍ଣାନନ୍ଦ ସାଗର ବିଭାଜନ କାଳର କିଛି ଅକୁହା ଓ ଅଶୁଣା କଥାକୁ ଏହି ପୁସ୍ତକରେ ସ୍ଥାନ ଦେଇଛନ୍ତି । ଏହାସହ ବିଭାଜନ କାଳରେ ସାକ୍ଷୀଥିବା କିଛି ଲୋକଙ୍କର ମତକୁ ଏହି ସଂକଳନରେ ସ୍ଥାନିତ କରାଯାଇଛି ।
ନୋଇଡା ସେକ୍ଟର-୧୨ ସ୍ଥିତ ଭାଓରାବ ଦେବରସ ସରସ୍ୱତୀ ବିଦ୍ୟା ମନ୍ଦିରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆହ୍ଲାବାଦ ହାଇକୋର୍ଟର ପୂର୍ବ ବିଚାରପତି ଶମ୍ଭୁନାଥ ଶ୍ରୀବାସ୍ତବ , ବିଦ୍ୟା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ମହାମନ୍ତ୍ରୀ ଶ୍ରୀରାମ ଆରାବକର ଓ ଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦର ସଦସ୍ୟ ସଚିବ କୁମାର ରତ୍ନମ୍ ଅତିଥି ଭାବେ ଯୋଗ ଦେଇଥିଲେ ।