ସଂଘର ଡିଜିଟାଲ୍ ଅବତାର ! ଆରଏସଏସ୍ ସଂଘର ପ୍ରମୁଖ ସମେତ ସୋସିଆଲ୍ ମିଡିଆରେ ସକ୍ରିୟ ହେଲେ ୬ ନେତା । 

99

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପ୍ରମୁଖ ମୋହନ ଭାଗବତ୍ ଆଜି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଆକାଉଣ୍ଟ୍ ଖୋଲିଛନ୍ତି । ତାଙ୍କର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ୍ @DrMohanBhagwat ରହିଛି । ତାଙ୍କର ଏହି ଆକାଉଣ୍ଟ୍ ମଇ ମାସରେ ପ୍ରସ୍ତୁତ ହୋଇଯାଇଥିଲା କିନ୍ତୁ ସଂଘ ତରଫରୁ ଆଜି ହିଁ ଆକାଉଣ୍ଟକୁ ସକ୍ରିୟ କରାଗଲା ।

ତେବେ ଭାଗବତ୍ ଏ ପର୍ଯ୍ୟନ୍ତ କିଛି ଟ୍ୱିଟ୍ କରିନାହାନ୍ତି । ତେବେ ତାଙ୍କ ପ୍ରଶଂସକ ଏହି ଖବର ଶୁଣିବା ମାତ୍ରେ ତାଙ୍କ ଫଲୋଅର୍ସ ସଂଖ୍ୟା ୬ ହଜାର ପାର୍ ହୋଇଯାଇଥିଲା । ଅନ୍ୟପକ୍ଷରେ ସେ କେବଳ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଫିସିଆଲ୍ ଆକାଉଣ୍ଟ୍ କୁ ହିଁ ଫଲୋ କରୁଛନ୍ତି । ସଂଘ ପ୍ରମୁଖଙ୍କ ଛଡା ସୁରେଶ୍ ଭୟାଜୀ ଯୋଶୀ ମଧ୍ୟ ଟ୍ୱିଟରରେ ନିଜ ଅଫିସିଆଲ୍ ଆକାଉଣ୍ଟ୍ କୁ ସକ୍ରିୟ କରିଛନ୍ତି । ସଂଘର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟ୍ କୁ ୧୩ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । @SureshBJoshi ନାଁରେ ତାଙ୍କର ଟ୍ୱିଟର ଆକାଉଣ୍ଟ୍ ରହିଛି ।