ହିନ୍ଦୁଙ୍କୁ ନେଇ ପୁଣି ବୟାନ ଜାରି କଲେ ମୋହନ ଭାଗବତ, ଜାଣନ୍ତୁ କଣ କହିଲେ ?

Advertisment
ହିନ୍ଦୁଙ୍କୁ ନେଇ ପୁଣି ବୟାନ ଜାରି କଲେ ମୋହନ ଭାଗବତ, ଜାଣନ୍ତୁ କଣ କହିଲେ ?

କନକ ବ୍ୟୁରୋ : ଆରଏସଏସ ପ୍ରମୁଖ ମୋହନ ଭାଗବତ କହିଛନ୍ତି କି ହିନ୍ଦୁ ଓ ଭାରତ କେବେ ଅଲଗା ହୋଇପାରିବେ ନାହିଁ । ଭାରତକୁ ଭାରତ ହୋଇ ରହିବାକୁ ହେଲେ ଭାରତରେ ହିନ୍ଦୁ ରହିବା ଆବଶ୍ୟକ । ଅନ୍ୟପଟେ ହିନ୍ଦୁଙ୍କୁ ହିନ୍ଦୁ ଭଳି ରହିବାକୁ ହେଲେ ଭାରତକୁ ଅଖଣ୍ଡ ରଖିବାକୁ ପଡିବ ବୋଲି ସେ କହିଛନ୍ତି ।

ଗ୍ୱାଲିଅରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୋହନ ଭାଗବତ କହିଛନ୍ତି କି, ଏହା ହିନ୍ଦୁସ୍ଥାନ ଓ ଏଠିକାର ପରମ୍ପରା ସହ ହିନ୍ଦୁମାନେ ରହିଥାନ୍ତି । ଯାହାକୁ ନେଇ ହିନ୍ଦୁମାନେ ଗର୍ବ କରନ୍ତି ତାହାର ବିକାଶ ଏହି ଭୂମିରେ ହୋଇଛି । ଭାରତର ସମସ୍ତ କଥା ଭାରତ ଭୂମି ସହିତ ଯୋଡି ହୋଇ ରହିଛି । ଏହା କୌଣସି ସଂଯୋଗ ନୁହେଁ ବୋଲି ଭାଗବତ କହିଛନ୍ତି ।

ସଂଘ ପ୍ରମୁଖ କହିଛନ୍ତି କି ହିନ୍ଦୁ ବିନା ଭାରତ କିମ୍ବା ଭାରତ ବିନା ହିନ୍ଦୁ ସମ୍ଭବ ନୁହେଁ । ସେ ଆହୁରି ଗୁରୁତ୍ୱ ଦେଇ କହିଛନ୍ତି କି ଭାରତ ଓ ହିନ୍ଦୁ ଅଭିଚ୍ଛେଦ୍ୟ ଅଟନ୍ତି, ଭାରତର ସ୍ୱତନ୍ତ୍ର ମୂଲ୍ୟବୋଧ ରହିଛି ଓ ଏହା ହିଁ ହେଉଛି ହିନ୍ଦୁତ୍ୱର ସାରାଂଶ । ଏହି କାରଣରୁ ଭାରତ ହିନ୍ଦୁମାନଙ୍କର ଦେଶ ବୋଲି ସେ କହିଛନ୍ତି ।

ଦେଶ ବିଭାଜନ ପ୍ରସଙ୍ଗରେ କହିବାକୁ ଯାଇ ସେ କହିଛନ୍ତି, ଦେଶ ବିଭାଜନ ପରେ ଭାରତ ଭାଙ୍ଗିଗଲା ଏବଂ ପାକିସ୍ତାନ ସୃଷ୍ଟି ହେଲା। ଆମେ ଯେ ହିନ୍ଦୁ, ଏ ଚିନ୍ତାଧାରାକୁ ପାସୋରି ଦେବାରୁ ଦେଶ ବିଭାଜନ ହେଲା। ସଂଖ୍ୟାଲଘୁମାନେ ବି ଏକଥା ଭୁଲିଗଲେ। ପ୍ରଥମେ ହିନ୍ଦୁ ବୋଲି ବିଚାର କରୁଥିବା ଜନସାଧାରଣଙ୍କ ସାମର୍ଥ୍ୟ ହ୍ରାସ ପାଇଲା, ତା’ପରେ ହ୍ରାସ ପାଇଲା ସେମାନଙ୍କ ସଂଖ୍ୟା। ସେଇଥି ପାଇଁ ପାକିସ୍ତାନ ଆଉ ଭାରତ ହୋଇ ରହିଲା ନାହିଁ।

ସେ ଆହୁରି ମଧ୍ୟ କହିଲେ ଯେ, ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଉଛି। ଆପଣମାନେ ଜାଣିପାରୁଥିବେ ଯେ, ହିନ୍ଦୁମାନଙ୍କ ସଂଖ୍ୟା ଓ ସାମର୍ଥ୍ୟ ହ୍ରାସ ପାଇଛି ଅଥବା ହିନ୍ଦୁତ୍ବ ଭାବାବେଗ ହ୍ରାସ ପାଇଛି। ଯଦି ହିନ୍ଦୁମାନେ ହିନ୍ଦୁ ହୋଇ ରହିବାକୁ ଚାହିଁବେ ତେବେ ଭାରତ ଅଖଣ୍ଡ ରହିବା ଆବଶ୍ୟକ।

ସୂଚନାଯୋଗ୍ୟ, ପୂର୍ବରୁ ଏକ ପୁସ୍ତକ ଲୋକାର୍ପଣ ଉତ୍ସବରେ ଉଦ୍‌ବୋଧନ ଦେଇ ସେ କହିଥିଲେ, ଭାରତର ବିଭାଜନ ସମୟର ଦୁର୍ଦ୍ଦଶା ଭୁଲିଯିବା ଅନୁଚିତ। ଭାରତର ବିଭାଜନ ପ୍ରତ୍ୟାହୃତ ହେଲେ ଯାଇ ଦୁର୍ଦ୍ଦଶା ଭୁଲି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe