କର୍ଣ୍ଣାଟକରେ ହାରିବା ପରେ ବିଜେପିକୁ ଆରଏସଏସର ପରାମର୍ଶ। ମୋଦୀ, ହିନ୍ଦୁତ୍ୱ ଯଥେଷ୍ଟ ନୁହେଁ

1,097

କନକ ବ୍ୟୁରୋ: କର୍ଣ୍ଣାଟକରେ ପରାଜୟର ସ୍ୱାଦ ଚାଖିବା ପରେ ବିଜେପିକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଆତ୍ମମନ୍ଥଥ କରିବା ପାଇଁ ପରାମର୍ଶ ଦେଇଛି । ସଂଘ ନିଜର ମୁଖପତ୍ରରେ କହିଛି ଯେ, ବିଜୟ ପାଇଁ ପ୍ରତ୍ୟେକ ସ୍ଥାନରେ ପ୍ରଧାନମନ୍ତ୍ରୀ ଏବଂ ହିନ୍ଦୁତ୍ୱ ଯଥେଷ୍ଟ ନୁହେଁ । ଆରଏସଏସ ବିଜେପିକୁ ମିଶନ ୨୦୨୪ ପାଇଁ ଏହି ପରାମର୍ଶ ଦେଇଛି । ଆରଏସଏସ ଏହି ସମୟରେ ସ୍ପଷ୍ଟ କରିଛି ଯେ ଜନାଧାର ଏବଂ କ୍ଷେତ୍ରୀୟ ନେତୃତ୍ୱ ବିନା ନିର୍ବାଚନ ଜିତିବା ସମ୍ଭବ ନୁହେଁ ।

ସୂଚନା ଅନୁସାରେ ବିଜେପି କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର ବେଳେ ଷ୍ଟାର ପ୍ରଚାର ତାଲିକାରେ ପ୍ରଧାନମନ୍ତ୍ରୀ ଏବଂ ହିନ୍ଦୁତ୍ୱ ଉପରେ ଗୁରୁତ୍ୱ ଦେଇଥିଲା । ଏଭଳି ଅନେକ ପ୍ରସଙ୍ଗ ଦଳ ଉଠାଇଥିଲା ଯାହା ହିନ୍ଦୁତ୍ୱ ସହ ଜଡିତ ଥିଲା । ଦଳ ଏହି ପ୍ରସଙ୍ଗ ନେଇ ଏକତରଫା ବିଜୟ ହାସଲ କରିବ ବୋଲି ଦୃଢ ଆଶା ରଖିଥିଲା । ତେବେ ଜନତା ଦଳ ଜୋରଦାର ଝଟକା ଦେଇଥିଲା ଏବଂ କଂଗ୍ରେସ ଏଠି ବଡ ବିଜୟ ହାସଲ କରିପାରିଥିଲା । କଂଗ୍ରେସର ଏହି ବିଜୟ ବିଜେପି ପାଇଁ ସବୁଠାରୁ ବଡ ଝଟକା ଥିଲା ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନିଜର ଆଲେଖ୍ୟରେ ଉଲ୍ଲେଖ କରିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ହିନ୍ଦୁତ୍ୱରେ ବିଚାର ପ୍ରତ୍ୟେକ ସ୍ଥାନରେ ନିର୍ବାଚନ ଜିତିବା ସମ୍ଭବ ନୁହେଁ ।