ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଗ୍ୟାସ ଲିକ ଘଟଣାରେ କାର୍ଯ୍ୟାନୁଷ୍ଠାନ : ଆଉ ଜଣେ ଅଧିକାରୀ ନିଲମ୍ବିତ

Advertisment
ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଗ୍ୟାସ ଲିକ ଘଟଣାରେ କାର୍ଯ୍ୟାନୁଷ୍ଠାନ : ଆଉ ଜଣେ ଅଧିକାରୀ ନିଲମ୍ବିତ

କନକ ବ୍ୟୁରୋ : ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଗ୍ୟାସ ଲିକ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଆଉ ଜଣେ ଅଧିକାରୀ ହେଲେ ନିଲମ୍ବିତ । ଗତକାଲି ଇସ୍ପାତ କାରଖାନାରେ ଭୟଙ୍କର ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ପରେ ୨ ଅଧିକାରୀ ହୋଇଥିଲେ ସସପେଣ୍ଡ । ଘଟଣାରେ ମୋଟ ୩ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି । ପୂର୍ବରୁ କାର୍ଯ୍ୟରେ ଅବହେଳା ପାଇଁ ଶକ୍ତି ପରିଚାଳନା ବିଭାଗ (ଇଏମ୍‌ଡି)ର ଡିଜିଏମ୍‌ ଜି. ବାରିକ୍‌ ଓ କୋଲ୍‌ କେମିକାଲ ବିଭାଗର (ସିସିଡି)ର ଡିଜିଏମ୍‌ ଏନ୍‌. ଦାଶଙ୍କୁ ଆର୍‌ଏସ୍‌ପି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀପକ କୁମାର ଚଟ୍ଟରାଜ ନିଲମ୍ବିତ ହୋଇଛନ୍ତି

ସୂଚନାନୁସାରେ, ସିସିଡିର ଗ୍ୟାସ୍‌ ମିକ୍ସିଂ ଟ୍ୟାଙ୍କ୍‌ ଇଲାକାରେ ମରାମତି କାମ ଚାଲିଥିଲା। ହଠାତ୍‌ ପାଇପ୍‌ରୁ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ଚାରିଆଡକୁ ବ୍ୟାପି ଯାଇଥିଲା। ପାଖରେ ମରାମତି କାମ କରୁଥିବା ୧୦ ଜଣ ଠିକା ଶ୍ରମିକ ଗ୍ୟାସ୍‌ ସଂସ୍ପର୍ଶରେ ଆସି ଅସୁସ୍ଥ ଅନୁଭବ କରିଥିଲେ । ଏମାନଙ୍କ ମଧ୍ୟରୁ ଠିକାସଂସ୍ଥାର ସୁପରଭାଇଜର ବ୍ରହ୍ମାନନ୍ଦଙ୍କ ସମେତ ଅଭିମନ୍ୟୁ, ରବୀନ୍ଦ୍ର ଓ ଗଣେଶ ଗୁରୁତର ହୋଇ ପଡିଥିଲେ। କାରଖାନା ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି କାରଖାନା ପରିସରସ୍ଥ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ତାପରେ ସେଠାରୁ ସେମାନଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଜ୍‌)ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe