ବନ୍ଧୁକ ମୁନରେ ଲୁଟ୍: ବ୍ୟବସାୟୀଙ୍କ ଗାଡି ଉପରକୁ ଦୁବୃର୍ତ୍ତଙ୍କ ଗୁଳିମାଡ; ମାରଣାସ୍ତ୍ର ଦେଖାଇ ଲୁଟିନେଲେ ୯ ଲକ୍ଷ ଟଙ୍କା

119

କନକ ବ୍ୟୁରୋ: ବନ୍ଧୁକ ମୁନରେ ଲୁଟ୍ । ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଜମାଲପୁର ନିକଟରେ ବନ୍ଧୁକ ଦଖାଇ ୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁବୃର୍ତ । ପଶ୍ଚିମବଙ୍ଗର ଖଡଗପୁର ଅଂଚଳର ୫ ଜଣ ବ୍ୟବସାୟୀ ଏକ ସ୍କର୍ପିଓ ଗାଡିରେ ଚଣ୍ଡିଖୋଲ ଆସୁଥିଲେ । ଏହି ସୟମରେ ଲକ୍ଷ୍ମଣନାଥ  ତନଖୀ ପାଠକ ପାଖରୁ ଅନ୍ୟ ଏକ ସ୍କର୍ପିଓରେ କିଛି ଦୁବୃର୍ତ୍ତ ସେମାନଙ୍କୁ ପିଛା କରିଥିଲେ ଏବଂ ଜମାଳପୁରଠାରେ ବ୍ୟବସାୟୀଙ୍କ ଗାଡିକୁ ଅଟକାଇ ଗୁଳି ଫୁଟାଇଥିଲେ । ଏହା ସହ ବିଭିନ୍ନ ମାରଣାସ୍ତ୍ର ଦେଖାଇ ସେମାନଙ୍କ ପାଖରୁ ପ୍ରାୟ ୯ ଲକ୍ଷ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ । ଖବର ପାଇ ଜଳେଶ୍ୱର ପୁଲିସ ଓ ବାଲେଶ୍ୱର ଡିଏସପି  ମନୋଜ ରାଉତ ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ ଜାରିରଖିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ଓଡି୦୪କେ-୧୩୧୯ ନମ୍ବର ଏକ ସ୍କର୍ପିଓ ଗାଡ଼ିରେ କୋଲକାତାର ବିରିଶପୁରରୁ କେତେକ ଗୋରୁ ବ୍ୟବସାୟୀ ଫେରୁଥିଲେ। ଏମାନେ ସମସ୍ତେ ଗୋରୁ ବ୍ୟବସାୟୀ ହୋଇଥିବା ବେଳେ କୋଲକାତାରୁ ବକେୟା ଟଙ୍କା ଧରି ଚଣ୍ଡିଖୋଲ ଫେରୁଥିଲେ। ଚଣ୍ଡିଖୋଲରେ ପହଞ୍ଚିବା ପରେ ଟଙ୍କା ଭାଗବଣ୍ଟା ହୋଇଥାନ୍ତା। ତେବେ ଲକ୍ଷ୍ମଣନାଥ ତନଖି ଫାଟକଠାରୁ ଏକ ନମ୍ବରବିହୀନ ସ୍କର୍ପିଓ ଏହି ବୋଲେରୋକୁ ପିଛା କରୁଥିବାବେଳେ ଜଳେଶ୍ବର ଥାନା ଏକତାଳି ନିକଟରେ ସ୍କର୍ପିଓଟି ବୋଲେରୋର ବାଟ ଓଗାଳିଥିଲା।

ଗୋରୁ ବ୍ୟବସାୟୀଙ୍କ ଗାଡ଼ି ଅଟକିବା ମାତ୍ରେ ମୁହଁରେ ରୁମାଲ ଓ କପଡ଼ା ବାନ୍ଧିଥିବା ପାଞ୍ଚ ଜଣ ବ୍ୟକ୍ତି ସ୍କର୍ପିଓରୁ ଓହ୍ଲାଇ ବୋଲେରୋ ଗାଡ଼ି ଉପରକୁ ଗୁଳି ଚଳାଇଥିଲେ। ତେବେ, ଲକ୍ଷ୍ୟଭ୍ରଷ୍ଟ ହେବାରୁ ଗୁଳି ଗାଡ଼ିର ବନେଟ୍‌ରେ ବାଜିଥିଲା। ପରେ ଦୁର୍ବୃତ୍ତମାନେ ଜଗ୍‌ ରଡ୍‌ ସାହାଯ୍ୟରେ ବୋଲେରୋ କାଚକୁ ଭାଙ୍ଗିବା ସହ ଚାଳକ ଅବୁଦୁଲ ରଜାକଙ୍କୁ ଜଗ୍‌ ରଡ୍‌ରେ ବାଡେଇଥିଲେ। ଏଥିରେ ଗୋରୁ ବ୍ୟବସାୟୀମାନେ ଭୟଭୀତ ହୋଇ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ସେକ ଅଲିମୁଦ୍ଦିନଙ୍କ ନିକଟରୁ ପ୍ରାୟ ୮ ଲକ୍ଷ ୮୫ ହଜାର ଓ ମହମ୍ମଦ ଅଫସରଙ୍କ ନିକଟରୁ ୫୦ ହଜାର ଟଙ୍କା ଦୁର୍ବୃତ୍ତମାନେ ଛଡାଇ ନେବା ସହ ସାଙ୍ଗରେ ଆଣିଥିବା ସ୍କର୍ପିଓରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇଥିଲେ।