ଆକାଉଣ୍ଟଧାରୀଙ୍କ ଖାତାରେ ଜମା ହେଲା ୮୨୦ କୋଟି ଟଙ୍କା; ବ୍ୟାଙ୍କ୍‌ କହିଲା ଭୁଲବଶତଃ ଜମା ହୋଇଛି ।

Advertisment
ଆକାଉଣ୍ଟଧାରୀଙ୍କ ଖାତାରେ ଜମା ହେଲା ୮୨୦ କୋଟି ଟଙ୍କା; ବ୍ୟାଙ୍କ୍‌ କହିଲା ଭୁଲବଶତଃ ଜମା ହୋଇଛି ।

କନକ ବ୍ୟୁରୋ: ବୁଧବାର ଦିନ ଆକାଉଣ୍ଟଧାରୀଙ୍କ ଖାତାରେ ଭୁଲ୍‌କ୍ରମେ ପ୍ରାୟ ୮୨୦ କୋଟି ଟଙ୍କା ଜମା ହୋଇଯାଇଥିବା ଓ ଜମା ଟଙ୍କା ପ୍ରତ୍ୟାହାର କରିବା ପ୍ରକ୍ରିୟା ଆରମ୍ଭ କରିଥିବା କଥା ‘ୟୁକୋ ବ୍ୟାଙ୍କ୍‌’ କହିଛି। ଭୁଲ୍‌ କ୍ରମେ କେତେକ ଆକାଉଣ୍ଟ୍‌ ବା ଜମାଖାତାରେ ଉପରୋକ୍ତ ଅର୍ଥରାଶି ‘ଇମିଡିଏଟ୍‌ ପେମେଣ୍ଟ୍‌ ସର୍ଭିସ୍‌’ ମାଧ୍ୟମରେ ଜମା ହୋଇଯାଇଛି। ଜମା ଅର୍ଥ ୭୯% ବା ୬୬୪ କୋଟି ଟଙ୍କା ପ୍ରତ୍ୟାହାର କରି ନିଆଯାଇଛି ବୋଲି ଏହି ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ ବ୍ୟାଙ୍କ୍‌ ସୂଚନା ଦେଇଥିଲା।

ଭୁଲ୍‌ ହୋଇଥିବା କଥା ଜଣାପଡ଼ିବା କ୍ଷଣି ବ୍ୟାଙ୍କ୍‌ ତୁରନ୍ତ ଉକ୍ତ ଆକାଉଣ୍ଟଗୁଡ଼ିକୁ ‘ବ୍ଲକ୍‌’ କରି ଦେଇଥିଲା। ତା’ପରେ ପରେ ସେ ସବୁ ଆକାଉଣ୍ଟ୍‌ରେ ଭୁଲ୍‌କ୍ରମେ ଜମା ହୋଇଥିବା ଅର୍ଥ ପ୍ରତ୍ୟାହାର କାର୍ୟ୍ୟ ଆରମ୍ଭ କରାଯାଇଥିଲା ବୋଲି ଗୁରୁବାର ଦିନ ‘ରେଗୁଲେଟରି ଫାଇଲିଙ୍ଗ୍‌’ରେ ‘ୟୁକୋ ବ୍ୟାଙ୍କ୍‌’ କହିଥିଲା। ବୁଧବାର ଦିନ କିଛି ବୈଷୟିକ ତ୍ରୁଟି ଦେଖା ଦେଇଥିଲା। ସେହି କାରଣରୁ ଉକ୍ତ ଆକାଉଣ୍ଟ୍‌ଗୁଡ଼ିକରେ ଭୁଲ୍‌ କ୍ରମେ ଏତେ ପରିମାଣର ଅର୍ଥରାଶି ଜମା ହୋଇଗଲା ବୋଲି ‘ୟୁକୋ ବ୍ୟାଙ୍କ୍’ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe