ଠକଙ୍କ ନୂଆ ତରିକା । ୬୦ଜିବି ମାଗଣା ଡାଟା ଦେବା କହି ମହିଳାଙ୍କଠୁ ଚଳୁ କରିଦେଲେ ୭୫ ହଜାର ଟଙ୍କା

ଠକଙ୍କ ନୂଆ ତରିକା । ୬୦ଜିବି ମାଗଣା ଡାଟା ଦେବା କହି ମହିଳାଙ୍କଠୁ ଚଳୁ କରିଦେଲେ ୭୫ ହଜାର ଟଙ୍କା

ଏତେ ସଚେତନତା ସତ୍ତ୍ବେ ପୁଣି ଜଣେ ମହିଳା ସାଇବର ଠକଙ୍କ ଜାଲରେ ଫସି ୭୫ ହଜାର ଟଙ୍କା ହରାଇଛନ୍ତି । ମାଗଣା ଡାଟା ମିଳିବା ଲୋଭର ବଶବର୍ତ୍ତୀ ହୋଇ ସେ ଏଭଳି ବଡ଼ଧରଣର ଠକାମିର ଶିକାର ହୋଇଛନ୍ତି। ଏ ନେଇ ଆଜି ଭରତପୁର ଥାନା ଓ ସାଇବର ହେଲ୍‌ପ ଡେସ୍କରେ ଅଭିଯୋଗ ହୋଇଛି ।

ଠକାମିର ଶିକାର ହୋଇଥିବା ମହିଳା ହେଲେ ଟ୍ବିଙ୍କିଲ୍‌ ରଥ । ସେ ଭରତପୁର ଥାନା ଅଧୀନ ବରମୁଣ୍ଡା ଜଗନ୍ନାଥବିହାର କଲୋନିରେ ରହୁଛନ୍ତି। ଶ୍ରୀମତୀ ରଥଙ୍କ ଅଭିଯୋଗ ଅନୁସା‌ରେ, ତାଙ୍କ ମୋବାଇଲ୍‌ ଫୋନ୍‌କୁ ଏକ କଲ୍ ଆସିଥିଲା। ଫୋନ୍‌ କରିଥିବା ଲୋକ ଏୟାର୍‌ଟେଲ୍‌ର କର୍ମଚାରୀ ବୋଲି ପରିଚୟ ଦେଇଥିଲା। ‘ଏୟାରଟେଲ୍ ଥ୍ୟାଙ୍କସ୍‌’ ଆପ୍‌ ଜରିଆରେ ରିଚାର୍ଜ କଲେ ୬୦ ଜିବି ଫ୍ରି ଡାଟା ମିଳିବ ବୋଲି ସେ କହିଥିଲା। ଏହା ଏକ ନୂଆ ଅଫର୍‌ ବୋଲି କହି ଶ୍ରୀମତୀ ରଥଙ୍କୁ ପ୍ରଲୋଭିତ କରିଥିଲା। ପ୍ରଥମେ ‘ଏୟାରଟେଲ୍ ଥ୍ୟାଙ୍କସ୍‌’ ଆପ୍‌ ଓ ପରେ ‘କଲ୍ ଏନିଡେସ୍କ’ ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ କହିଥିଲା। ତା’ ନିର୍ଦେଶ ଅନୁସାରେ ଟ୍ବିଙ୍କିଲ ଦୁଇଟି ଯାକ ଆପ୍‌ ଡାଉନ୍‌ଲୋଡ୍‌ କରିଥିଲେ ଓ ଏନି ଡେସ୍କ୍‌ରେ ଆସିଥିବା ଓଟିପି ନମ୍ବରକୁ ଦେଇଦେଇଥିଲେ। ଏହା ପରେ ଥାର୍ଡ ପାର୍ଟି ପେମେଣ୍ଟ ଆପ୍‌ ଜରିଆରେ ମାତ୍ର ଘଣ୍ଟାଏ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୭୪ ହଜାର ୭୫୯ ଟଙ୍କା କଟି ଯାଇଥିଲ। ଶ୍ରୀମତୀ ରଥ ଉକ୍ତ ଫୋନ୍‌ରେ ଆଉ ଯେତେ କଲ୍‌ କଲେ ବି ଠକ ମୋବାଇଲ୍‌ ସବୁବେଳେ ବନ୍ଦ ଦେଖାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe