କନକ ବ୍ୟୁରୋ : କେରଳ ବିଧାନସଭା ପାଇଁ ଆଜି ନିର୍ବାଚନୀ ପ୍ରଚାର ଶେଷ ହେଉଛି । ପ୍ରଚାରର ଶେଷ ଦିନରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ତାଙ୍କ ସଂସଦୀୟ କ୍ଷେତ୍ର ୱାଇନାଡୁରେ ଏକ ନିର୍ବାଚନ ସଭାକୁ ଉଦବୋଧନ ଦେଇ କେରଳ ଭୋଟର ମାନଙ୍କୁ ନିର୍ବାଚନୀ ପ୍ରତିଶୃତି ଦେଇଛନ୍ତି । ସେ କହିଛନ୍ତି କି କେରଳରେ ଏବେ ୨ ଟି ନିର୍ବାଚନ ହେଉଛି । ଗୋଟିଏ କେରଳ ବାସୀଙ୍କ ପାଇଁ ଓ ଅନ୍ୟଟି କେରଳ ବିଧାନସଭା ପାଇଁ । କେରଳର ବିକାଶ ପାଇଁ ମୋ ପାଖରେ ଏକ ସ୍ୱତନ୍ତ୍ର ଯୋଜନା ରହିଛି ।
ରାଜ୍ୟରେ ୟୁଡିଏଫ୍ ସରକାର ଆସିଲେ କେରଳର ପ୍ରତ୍ୟକ ଲୋକଙ୍କୁ ମାସିକ ୬ ହଜାର ଟଙ୍କା ଦେବାକୁ ରାହୁଲ ଗାନ୍ଧୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିଶ୍ରୁତି ଦେଇ କହିଛନ୍ତି କି କେରଳ ଇତିହାସରେ ଏହା ପ୍ରଥମଥର ହେବାକୁ ଯାଉଛି । ‘ମୁଁ ରାଜ୍ୟର ପ୍ରତ୍ୟେକ ଲୋକଙ୍କୁ ସର୍ବନିମ୍ନ ରୋଜଗାର ଦେବାକୁ ପ୍ରତିଶୃତି ଦେଉଛି’ । ପ୍ରତିମାସରେ ପ୍ରତି ଲୋକଙ୍କ ବ୍ୟାଙ୍କ ଖାତାରେ ଏହି ରାଶି ପହଂଚିବ ବୋଲି ସେ କହିଥିଲେ । ଏହା କେରଳରୁ ଗରିବ ହଟାଇବାରେ ସହାୟକ ହେବା ସହ ଏହା ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିବ ବୋଲି ସେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/190410021107-file-india-elections-08.jpg)