କନକ ବ୍ୟୁରୋ: କୋଭିସିଲ୍ଡଠାରୁ ଆହୁରି ମହଙ୍ଗା କୋଭାକ୍ସିନ୍ ଟିକା । କୋଭାକ୍ସିନ୍ ଟିକାର ଦର ନେଇ ଭାରତ ବାୟୋଟେକ୍ ପକ୍ଷରୁ ବିଧିବଦ୍ଧ ଭାବେ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କୁ ୬ଶହ ଏବଂ ଘରୋଇ ହସ୍ପିଟାଲକୁ ୧୨ଶହ ଟଙ୍କାରେ ମିଳିବ ଟିକା । ତେବେ କେନ୍ଦ୍ର ସରକାରଙ୍କୁ ୧୫୦ ଟଙ୍କାରେ ମିଳିବ କୋଭାକ୍ସିନ୍ ଟିକା ।
ତେବେ ବିଦେଶ ରପ୍ତାନୀ ପାଇଁ ଟିକାର ଦାମ ୧୧ଶହରୁ ୧୫ ଶହ ଟଙ୍କା ମଧ୍ୟରେ ରହିବ । ପୂର୍ବରୁ ସେରମ୍ ଇନଷ୍ଟିଚ୍ୟୁଟ ପକ୍ଷରୁ କୋଭିସିଲ୍ଡ ଟିକାର ଦାମ ନେଇ ଘୋଷଣା କରାଯାଇଛି । ଏଥିରେ ରାଜ୍ୟ ସରକାରଙ୍କୁ ୪ଶହ ଏବଂ ଘରୋଇ ହସ୍ପିଟାଲକୁ ୬ଶହ ଟଙ୍କାରେ ଟିକା ମିଳିବା ନେଇ ସୂଚନା ଦିଆଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/1-35.jpg)