କରୋନା ଯୋଦ୍ଧାରେ ସାମିଲ ଅଙ୍ଗନୱାଡି ଓ ଆଶା କର୍ମୀଙ୍କୁ ବି ମିଳିବ ସହାୟତା: ସେବା ଯୋଗାଇବାରେ ସାମିଲ ଅନ୍ୟ କର୍ମଚାରୀ ବି ସହାୟତା ପାଇବେ; ମୃତ୍ୟୁ ପରେ ମିଳିବ ୫୦ ଲକ୍ଷ ଟଙ୍କାର ସହାୟତା

Advertisment
କରୋନା ଯୋଦ୍ଧାରେ ସାମିଲ ଅଙ୍ଗନୱାଡି ଓ ଆଶା କର୍ମୀଙ୍କୁ ବି ମିଳିବ ସହାୟତା: ସେବା ଯୋଗାଇବାରେ ସାମିଲ ଅନ୍ୟ କର୍ମଚାରୀ ବି ସହାୟତା ପାଇବେ; ମୃତ୍ୟୁ ପରେ ମିଳିବ ୫୦ ଲକ୍ଷ ଟଙ୍କାର ସହାୟତା

କନକ ବ୍ୟୁରୋ: କରୋନା ଯୋଦ୍ଧାଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବଡ ଘୋଷଣା କରିଛନ୍ତି ରାଜ୍ୟ ସରକାର । କରୋନା ଚିକିତ୍ସା ବେଳେ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ମିଳିବ ୫୦ ଲକ୍ଷ ଟଙ୍କା । ଘରୋଇ ଓ ସରକାରୀ ସମସ୍ତ ସ୍ୱାସ୍ଥ୍ୟ କର୍ମୀଙ୍କୁ ମିଳିବ ଟଙ୍କା । ଏହା ସହ କରୋନା ଚିକିତ୍ସାବେଳେ ମୃତ୍ୟୁ ହେଲେ ମିଳିବ ସହିଦର ସମ୍ମାନ ।

publive-image

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସଂପନ୍ନ ହେବ । ମୃତ୍ୟୁ ହେଲେ ପରିବାରକୁ ଚାକିରି ଅବସର ଯାଏ ଦରମା ମିଳିବ । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତି ଦ୍ୟୁର୍ବବହାର କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । କରୋନା ଲଢେଇରେ ସାମିଲ ସମସ୍ତ କର୍ମଚାରୀଙ୍କୁ ସମାନ ସୁବିଧା ମିିଳିବ । ଚିକିତ୍ସା କାମରେ ନିୟୋଜିତ ଆଶା ଦିଦି ଓ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ଏହି ସୁବିଧା ମିଳିବ । କାମ ବେଳେ ମୃତ୍ୟୁ ହେଲେ ୫୦ ଲକ୍ଷ ଟଙ୍କାର ବୀମା ସହ ସହିଦର ସମ୍ମାନ ମିଳିବ ।

ଭିଡିଓ ବାର୍ତ୍ତାରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସମଗ୍ର ମାନବ ଜାତି କରୋନା ଭାଇରସ୍ ସହିତ ଲଢେଇ କରୁଛନ୍ତି । ତିନି ମାସ ମଧ୍ୟରେ ବିଶ୍ୱର ୨ଲକ୍ଷରୁ ଅଧିକ ଲୋକ ଜୀବନ ହରାଇଛନ୍ତି । ଅଧିକାଂଶ ଦେଶ ଏହି ଅଦୃଶ୍ୟ ଶତ୍ରୁ ସହିତ ଯୁଦ୍ଧ ସ୍ଥିତିରେ ଅଛନ୍ତି। ଏହି ଯୁଦ୍ଧକୁ ଆମର ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମାମାନେ ଆଗ ଧାଡ଼ିରେ ଲଢେଇ କରୁଛନ୍ତି। ମୁଁ ସମସ୍ତଙ୍କୁ ନିବେଦନ କରୁଛି ଯେ ଏକ ସମ୍ପ୍ରଦାୟ ଭାବରେ ଆମର ଡାକ୍ତର, ସ୍ୱାସ୍ଥ୍ୟ କର୍ମା ଏବଂ ଅନ୍ୟାନ୍ୟ ସହକାରୀମାନେ ସେବା ଯୋଗାଉଛନ୍ତି। ଏହି କଠିନ ଓ ନିଃସ୍ୱାର୍ଥପର ସେବା ପାଇଁ ଆମେ ସେମାନଙ୍କ ନିକଟରେ କୃତଜ୍ଞ ହେବା ଉଚିତ । ଦୟାକରି ମନେ ରଖନ୍ତୁ, ସେମାନଙ୍କ ବିରୋଧରେ ଯେକୌଣସି କାର୍ଯ୍ୟ ରାଜ୍ୟ ବିରୁଦ୍ଧରେ କାର୍ଯ୍ୟ ଅଟେ।

ଯଦି କୌଣସି ବ୍ୟକ୍ତି ଏଭଳି କାର୍ଯ୍ୟରେ ଲିପ୍ତ ରହିବେ ଯାହା ସେମାନଙ୍କ କାର୍ଯ୍ୟକୁ ବ୍ୟାହତ କରିବେ କିମ୍ବା ଅସମ୍ମାନ କରିବେ, ତେବେ ଜାତୀୟ ସୁରକ୍ଷା ଆଇନର ଧାରାକୁ ଅନ୍ତର୍ଭୁକ୍ତ କରିବା ସହିତ ସେମାନଙ୍କ ବିରୋଧରେ ଅତି କଠୋର ଅପରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚରମ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe