କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କଠାରୁ ମିଳିଲାଣି ୫ କୋଟି ଟଙ୍କା । ୪ ଦିନ ଧରି ରାଉରକେଲା ସହ ୧୦ ସ୍ଥାନରେ ଚାଲିଛି ରେଡ୍ ।

150

କନକ ବ୍ୟୁରୋ: କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଠାରୁ ମିଳିଲାଣି ୫ କୋଟି ଟଙ୍କା । ରାଉରକେଲାରେ ୪ ଦିନ ଧରି ରେଡ କରୁଛି ଆୟକର ବିଭାଗ । ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ୍ ଯବାନ ସାମିଲ ହୋଇଛନ୍ତି । ତୃତୀୟ ଦିନ ଚଢାଉ ପରେ ତିନିଟି ବ୍ୟାଗରୁ ୨ କିଲୋ ସୁନା ଜବତ କରାଯାଇଛି । ତେବେ ଘନସ୍ୟାମ , ତାଙ୍କ ଭାଇ ଯୋଗେଶ ଓ ସହଯୋଗୀ ନନ୍ଦ କିଶୋର ଅଗ୍ରୱାଲଙ୍କ ଠାରୁ ପ୍ରାୟ ୫ କୋଟି ଟଙ୍କା ଜବତ କରାଯାଇଥିବା ସୂଚନା ମଳିଛି । ଘନଶ୍ୟାମଙ୍କ ପୁଅ ଅଭିଷେକଙ୍କୁ ଅଜ୍ଞାତ ସ୍ଥାନରେ ରଖି ଜେରା କରୁଛନ୍ତି ଆୟକର ଟିମ୍ । ଗତକାଲି ଘନଶ୍ୟାମଙ୍କ ବିଲେଇମୁଣ୍ଡା ସ୍ଥିତ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟରୁ ୫୦ ଲକ୍ଷ ଟଙ୍କା ଜବତ କରାଯାଇଛି ।

ସେହିପରି ତାଙ୍କ ବଡ଼ ଭାଇ ଯୋଗେଶଙ୍କ ରାଉଲକେଲାରେ ଥିବା ସିଭିଲ ଟାଉନସିପ୍ ବାସଭବନରୁ ୨ କୋଟି ଟଙ୍କା ମିଳିଛି ।ଏଥିସହ ସୁନ୍ଦରଗଡ, ଗୋପାଳପୁରରେ ଥିବା କୋଠା ଓ ଅଫିସ, ବିଲେଇମୁଣ୍ଡାର ଅଫିସ, ଘର, ଶୋ ରୁମ ଓ ସ୍ପଞ୍ଜ ଆଇରନ କାରଖାନା, ଏମସିଏଲ କୋଇଲା ପରିବହନ ସାଇଟ, ଛତିଶଗଡ ରାୟଗଡର ଷ୍ଟିଲ, ଆଇରନ, ପାୱାର ପ୍ଲାଂଟ କାରଖାନା ଓ ବାସଭବନ, ରାୟପୁର ଘର ଓ ଅଫିସ, ବିଳାସପୁର ହୋଟେଲ ଆଦି ସ୍ଥାନରେ ଆୟକର ଟିମ ଚଢାଉ କରୁଛି । ରାଜ୍ୟର ୧୦ଟି ସ୍ଥାନରେ ଏହି ରେଡ ଚାଲିଛି । ଏହାଛଡା ମୁମ୍ବାଇ, କୋଲକାତା, ମଧ୍ୟପ୍ରଦେଶ ଓ ଛତିଶଗଡରେ ବି ରେଡ୍ ଚାଲିଛି । କୋଇଲା ପରିବହନରେ କିଭଳି ଶହ ଶହ କୋଟିର ଟିକସ ଠକେଇ କରାଯାଏ ତାହା ଏହି ରେଡରୁ ପଦାକୁ ଆସିବ ବୋଲି କୁହାଯାଉଛି ।