ରଙ୍ଗମିସ୍ତ୍ରୀଙ୍କ ନାଁରେ ବେଆଇନ କାରବାର କରୁଥିଲେ, ଇନକମ ଟ୍ୟାକ୍ସ ନୋଟିସ ପରେ ଧରାପଡିଲେ, ବିନା ଅନୁମତିରେ ଚଳାଇଥିଲେ କୋଟି କୋଟି ଟଙ୍କାର କାରବାର

Advertisment
ରଙ୍ଗମିସ୍ତ୍ରୀଙ୍କ ନାଁରେ ବେଆଇନ କାରବାର କରୁଥିଲେ, ଇନକମ ଟ୍ୟାକ୍ସ ନୋଟିସ ପରେ ଧରାପଡିଲେ, ବିନା ଅନୁମତିରେ ଚଳାଇଥିଲେ କୋଟି କୋଟି ଟଙ୍କାର କାରବାର

କନକ ବ୍ୟୁରୋ : ରଂଗ ମିସ୍ତ୍ରୀ ଆକାଉଂଟରେ ୫ କୋଟି ଟଙ୍କା, ରଙ୍ଗମିସ୍ତ୍ରୀ ଓ ପତ୍ନୀଙ୍କ ନାଁରେ ଅଜାଣତରେ ଆକାଉଁଟ ଖୋଲି ଚାଲିଥିଲା ବେଆଇନ କାରବାର । ଇନକମ ଟ୍ୟାକ୍ସର ବାରମ୍ବାର ନୋଟିସ ଆସିବା ପରେ ଜଣାପଡିଲା ଘଟଣା । ଏଭଳି ଘଟଣା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । କଟକ ପୁରୀଘାଟ ଏବଂ ଭୁବନେଶ୍ୱରା ୩ ଜଣ ଠକ ଏହି ଦମ୍ପତିଙ୍କ ନାଁରେ ଦୁଇଟି ବ୍ୟାଙ୍କ ଆକାଉଂଟ ଖୋଲି ଏ ପ୍ରକାର ଅର୍ଥ କାରବାର କରିଛନ୍ତି । ଗୋଟିଏ ପଟେ ଏତେ ପରିମାଣର ଅର୍ଥ କାରବାର ହୋଇଥିବା ବେଳେ ଆୟକର ଦାଖଲ ହୋଇନଥିବାରୁ ଆୟକର ବିଭାଗରୁ ଦମ୍ପତିଙ୍କୁ ବାରମ୍ବାର ନୋଟିସ ଆସିଥିଲା । କଟକ ସାଲେପୁର ଦେବେନ୍ଦ୍ର ରାଉତ ଏବଂ ସ୍ତ୍ରୀ ସସ୍ମିତା ସେଠୀ ଏବେ ଗାଁରେ ରହୁଥିବା ବେଳେ ଗତ ୩ ବର୍ଷ; ତଳେ ପୁରୀଘାଟ ବଙ୍ଗାଳୀସାହିରେ ଜଣେ ବ୍ୟକ୍ତିଙ୍କ ଘରେ ରହି ରୋଗୀ ସେବା କରୁଥିଲେ ।

କାମ କରିବା ଭିତରେ ଜଣେ ଅଜଣା ସ୍ତ୍ର ଲୋକ ସସ୍ମିତାଙ୍କ ସହିତ ଭେଟ ହୋଇ ଏକ ଏକାଉଂଟରେ କାମ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲା ।ଏହା ସସ୍ମିତାଙ୍କୁ ଭୋଟର ପରିଚୟ ପତ୍ର ମାଗିଥିଲେ । ପରେ ସ୍ମସ୍ମିତା ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ପ୍ୟାନକାର୍ଡ ତିଆରି କରି ତାଙ୍କ ନାଁରେ ଦୁଇି ଆକାଉଂଟ ଖୋଲିଦେଇଥିଲେ ।ଆଉ ତାଙ୍କ ଅଜାଣରେ ବେଆଇନ କାରବାର ଚଳାଇଥିଲେ । ଏହି ଦମ୍ପତିଙ୍କ ବ୍ୟାଙ୍କ ଆକାଉଂଟରେ ୪ କୋଟି ୪୩ ଲକ୍ଷ ଟଙ୍କାର ଅର୍ଥ କାରବାର ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe