କନକ ବ୍ୟୁରୋ : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତାଲା ସବୁବେଳେ ତାଙ୍କ ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଏବେ ଏବେ ଇନଷ୍ଟ୍ରାଗ୍ରାମରେ ତାଙ୍କର ଏକ ଭିଡିଓ ଟ୍ରେଡିଂ ହେବାରେ ଲାଗିଛି । ଏହି ଭଡିଓରେ ସେ ମାସ୍କ ପିନ୍ଧି ନଜରକୁ ଆସିଛନ୍ତି । ହେଲେ ଏହି ଭିଡିଓ ଦେଖିବା ପରେ ପ୍ରଶଂସକମାନେ ଚମକି ଉଠିଛନ୍ତି ।

ଉର୍ବଶୀଙ୍କର ଏହି ମାସ୍କକୁ ଦେଖି ଲୋକମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେବାରେ ଲାଗିଛନ୍ତି । କାରଣ ହେଉଛି ଉର୍ବଶୀ ଯେଉଁ ମାସ୍କ ପିନ୍ଧିଛନ୍ତି ତାହା ହୀରାରେ ପ୍ରସ୍ତୁତ ହୋଇଛି । ଯାହାର ମୂଲ୍ୟ ୩ କୋଟି ଟଙ୍କା ବୋଲି କୁହାଯାଉଛି । ଉର୍ବଶୀ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତିକି ଏହା ହୀରାରେ ଖଚିତ ମାସ୍କ, ଓ ଏହା ବହୁ ଦାମରେ କିଣାଯାଇଛି । ଏନେଇ ତାଙ୍କୁ ଦୋଷ ନଦେବାକୁ ସେ ପ୍ରଶଂସକ ମାନଙ୍କୁ ଅନୁରୋଧ କରିଛନ୍ତି ।
କହିରଖୁ କି ଏହାକୁ ଦେଖିବା ପରେ ପ୍ରଥମରୁ ତାଙ୍କର ପ୍ରଶଂସକମାନେ ଦ୍ୱନ୍ଦରେ ପଡିଯାଇଥିଲେ ଓ ବୁଝିପାରି ନଥିଲେ କି ଉର୍ବଶୀ କ’ଣ କହିବାକୁ ଚାହୁଁଛନ୍ତି । ହେଲେ ଏହି ମାସ୍କର ଦାମ ଜାଣିବା ପରେ ପ୍ରଶଂସକ ମାନଙ୍କର ଚିନ୍ତାଧାରା ବଦଳି ଯାଇଥିଲା ।

କହିରଖୁ କି ଉର୍ବଶୀ ବଲିଓଡରେ ହେଟ ଷ୍ଟୋରୀ-୪, ଗ୍ରେଟ୍ ଗ୍ରାଣ୍ଡ ମସ୍ତି ଓ ସନମ ଭଳି ହିଟ୍ ସିନେମାରେ କାମ କରିସାରିଛନ୍ତି । ଏବେ ସେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏଣ୍ଟ୍ରୀ କରିଛନ୍ତି ।