କନକ ବ୍ୟୁରୋ: ରାଉରକେଲା କୋଏଲ ନଗର ଝିରପାଣି ମାର୍କେଟରେ ଥିବା ଏକ ମୋବାଇଲ ଦୋକାନରୁ ବଡ଼ ଧରଣର ଚୋରି ହୋଇଛି । ଚୋରି ସମୟର ଲାଇଭ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ନାମୀଦାମୀ କମ୍ପାନୀର ୯୭ଟି ମୋବାଇଲ ଲୁଟି ନେଇଛନ୍ତି ଲୁଟେରା । ଦୁଇ ଜଣ ଚୋର ଦୋକାନ ଭିତରେ ପଶି ଲୁଟ୍ପାଟ୍ କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ରାତି ପ୍ରାୟ ଗୋଟାଏରୁ ୨ଟା ଭିତରେ ଚୋରି କରିଛନ୍ତି ଲୁଟେରା । ୭ଟି ଆଇଫୋନ ସହ ୯୭ଟି ମୋବାଇଲ ନେଇ ଚମ୍ପଟ ମାରିଛନ୍ତି ଦୁର୍ବୃତ । ଯାହାର ଆନୁମାନିକ ମୂଲ୍ୟ ୨୨ ଲକ୍ଷ ଟଙ୍କା ହେବା ବୋଲି କୁହାଯାଉଛି । ଦୋକାନ ଖୋଲିବାର ମାତ୍ର ୧୦ ଦିନ ପରେ ଏଭଳି ଘଟଣା ଘଟିଛି । ଦୋକାନ ମାଲିକ ଚନ୍ଦନ କୁମାର ଝା’ଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଦୋକାନରେ ମୋବାଇଲ ସହ ଟିଭି, ଫ୍ରିଜ୍, ୱାସିଂ ମେସିନ୍ ସମେତ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ ବିକ୍ରି କରୁଥିଲେ ଚନ୍ଦନ କୁମାର ଝା’ ।