ପ୍ରବାସୀଙ୍କୁ ଜୀବିକା ଯୋଗାଇବେ ରାଜ୍ୟ ସରକାର: ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଖର୍ଚ୍ଚ ହେବ ୧୭ ହଜାର କୋଟି: ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ଯୋଜନା

1,029

କନକ ବ୍ୟୁରୋ: ନବୀନ ସରକାରଙ୍କ ପଂଚମ ପାଳିର ପ୍ରଥମ ବର୍ଷ ପୂର୍ତିରେ ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିଥିଲା । ୨୨ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଅଣ୍ଡର ଗ୍ରାଜୁଏଟ କୋର୍ସକୁ ପରଫେକ୍ଟ ପ୍ରଫେସନାଲର ମାନ୍ୟତା ଦିଆଗଲା ।

ମାଳିତୀ ଦେବୀ ପ୍ରାକ ବିଦ୍ୟାଳୟ କାର୍ଯ୍ୟକ୍ରମ ଜରିଆରେ ଅଙ୍ଗନୱାଡି କେନ୍ଦ୍ରରେ ପଢୁଥିବା ପିଲାଙ୍କ ଯୋତା, ମୋଜା ସହ ସ୍ୱେଟର ବଂଟନ କରାଯିବ । ଆସ୍କା ଚିନି କଳକୁ ୧୫ କୋଟି ଟଙ୍କାର ସହାୟତା ଯୋଗାଇ ଦିଆଯିବ । କ୍ୟାସ କ୍ରେଡିଟ ଆକାରରେ ରୁଣ ନେବାକୁ କ୍ୟାବିନେଟର ଅନୁମୋଦନ । ଏହି ଟଙ୍କା ଆଖୁ ଚାଷୀଙ୍କୁ ଆସ୍କା କୋଅପରେଟିଭ ସୁଗାର ଲିମିଟିଡ ଯୋଗାଇ ଦେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସେହିପରି ହୋଟେଲ, ରେଷ୍ଟୁରାଂଟ ଓ ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଇଡୋକ ପକ୍ଷରୁ ଜମି ଯୋଗାଇ ଦେବାକୁ ନିଷ୍ପତି ନେଇଛନ୍ତି ସରକାର ।

ସେହିଭଳି ପ୍ରବାସୀଙ୍କୁ ଜୀବିକା ଯୋଗାଇ ଦେବେ ରାଜ୍ୟ ସରକାର । ପ୍ରବାସୀଙ୍କ ଜୀବିକା ପାଇଁ ଖର୍ଚ୍ଚ ହେବ ୧୭ହଜାର କୋଟି ଟଙ୍କା । ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ଭିତରେ ଖର୍ଚ୍ଚ ହେବ । ଗ୍ରାମାଞ୍ଚଳରେ ଜୀବିକା ସୃଷ୍ଟି ପାଇଁ ଖର୍ଚ୍ଚ ହେବ ଏହି ଟଙ୍କା । ଉପକୃତ ହେବେ ୨୪ଲକ୍ଷ ୫୦ହଜାର ଚାଷୀ । ଦକ୍ଷତା ବିକାଶ ପାଇଁ ଖର୍ଚ୍ଚ ହେବ ୧୪୦କୋଟି । ରାଜ୍ୟ ଖାଦ୍ୟ ନିରାପତ୍ତାରେ ସାମିଲ ହେବେ ଦାଦନ ଶ୍ରମିକ । ୱାର୍ଡ ସ୍ତରରେ ଗଠନ ହେବ ପରିଚାଳନା କମିଟି । ଆସ୍କା ଚିନି କଳକୁ ୧୫କୋଟିର ସରକାରୀ ଗ୍ୟାରେଣ୍ଟି । ୧୯୨ ଓଏଏସ ପଦବୀ ସୃଷ୍ଟି କରାଯିବ । ଏନଡିଆରଏଫ ଷ୍ଟେସନ ପାଇଁ ବାଲେଶ୍ୱରରେ ସାଢେ ୩ ଏକର ଜାଗା । ଏଣିକି ପର୍ଯ୍ୟଟନ ପ୍ରକଳ୍ପ ପାଇଁ କେବଳ ଇଡକୋରୁ ଯୋଗାଯିବ ଜମି ।