କରୋନା ଯୋଦ୍ଧାଙ୍କୁ ସହାୟତା : ମୃତ ୨ ସାମ୍ବାଦିକଙ୍କ ପରିବାରକକୁ ମିଳିବ ୧୫ ଲକ୍ଷ, ଟୁଇଟ କରି ସୂଚନା ଦେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ; ଗଂଜାମ ଓ ଗଜପତିର ୨ ଦିବଂଗତ ସାମ୍ବାଦିକଙ୍କ ପରିବାରକୁ ମିଳିବ ସହାୟତା

155

କନକ ବ୍ୟୁରୋ : କରୋନା ଯୋଦ୍ଧାଙ୍କୁ ସହାୟତା । ମୃତ ୨ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଲେଖାଁଏ କ୍ଷତିପୂରଣ ଘୋଷଣା । ଗଂଜାମ ଓ ଗଜପତିର ୨ ଦିବଂଗତ ସାମ୍ବାଦିକଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଏନେଇ ସୂଚନା ଦେଇଛନ୍ତି ।  ମୃତ ଦୁଇ ସାମ୍ବାଦିକ ହେଲେ ଗଜପତିର କେ ରତ୍ନମ ଓ ଗଂଜାମର ପ୍ରିୟଦର୍ଶୀ ପଟ୍ଟନାୟକ । ଏହି ଦୁଇ ଜଣ ଘରୋଇ ସମ୍ବାଦ ସଂସ୍ଥାରେ କାମ କରୁଥିଲେ । ହେଲେ କରୋନାରେ ଆକ୍ରାନ୍ତ ହୋଇ ଏମାନଙ୍କ ମୃତ୍ୟୁ ହୋଇଥିଲା ।