ଚମକାଇଦେଲା ବିଜୁଳି ବିଲ୍ ! ଜଳୁଛି ଗୋଟିଏ ବଲବ, ଆସୁଛି ୧୩ହଜାର ବିଲ୍

Advertisment
ଚମକାଇଦେଲା ବିଜୁଳି ବିଲ୍ ! ଜଳୁଛି ଗୋଟିଏ ବଲବ, ଆସୁଛି ୧୩ହଜାର ବିଲ୍

କନକ ବ୍ୟୁରୋ : ବିଦ୍ୟୁତ୍ ବିଲକୁ ନେଇ ତ୍ରୁଟି ମାମଲା ପୂର୍ବରୁ ଅନେକ ଥର ସାମ୍ନାକୁ ଆସିଛି । କିନ୍ତୁ ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକରୁ ଯେଉଁ ଖବର ଆସିଛି ତାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିକ । ଘରେ ମାତ୍ର ଗୋଟିଏ ବଲବ ଜଳୁଥିବା ବେଲେ ବିଜୁଳି ବିଲ୍ ଆସୁଛି ୧୩ହଜାର ଟଙ୍କା ।

ଚଳିତମାସ ୭ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ଖଡ୍ଗପ୍ରସାଦ ଗାଁର ଅମରି ମହାରଣା ଟିପିସିଓଏଲ୍‌ଡିଠାରୁ ଏତେ ମୋଟା ଅଙ୍କର ବିଲ୍ ପାଇଲା ପରେ ମୁଣ୍ଡରେ ହାତ ଦେଇଛନ୍ତି। ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ନାଁରେ ଟାଟା ପାୱାର କାହିଁକି ଏତେ ଟଙ୍କାର ବିଲ୍ କଲା ତାହାକୁ ନେଇ ସେ ଆଜି ମେରାମଣ୍ଡଳୀ ସେକ୍ସନରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଖଡ୍ଗପ୍ରସାଦ ପାଟଣା ମଝିସାହିର ସ୍ବର୍ଗତ ଅଲେଖ ମହାରଣାଙ୍କ ସ୍ତ୍ରୀ ଅମରିଙ୍କ ପରିବାର କହିଲେ ସେ ଏକୁଟିଆ। ପୁଅ-ବୋହୂ ବାହାରେ ରହୁଛନ୍ତି। ସେ ମଧ୍ୟ ଅଧିକାଂଶ ଦିନ ଗାଁରେ ନ ରହି ଝିଅ ଘରେ ରୁହନ୍ତି। ତାଙ୍କ ଘରକୁ ସ୍ବାମୀଙ୍କ ନାମରେ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ବିଜୁଳିର ଉପଯୋଗ କହିଲେ, ମାତ୍ର ଗୋଟିଏ ବଲ୍‌ବ ବୋଲି ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଗଲା ବର୍ଷକ ମଧ୍ୟରେ ସେ ପ୍ରାୟ ୧୦ମାସ ଝିଅ ଘରେ କଟାଇଛନ୍ତି। ଘରେ ସେହି ଗୋଟିଏ ବଲ୍‌ବ ବି ସେହି ୧୦ମାସ କାଳ ଜଳି ନାହିଁ। କିନ୍ତୁ, ତାଙ୍କ ନାଁରେ ସାରା ବର୍ଷର ବିଲ୍ ଆସିଛି ୧୩ହଜାର ୭୦ଟଙ୍କା। ଏ ସମ୍ପର୍କରେ ମେରାମଣ୍ଡଳୀ ସେକ୍ସନ୍‌ର କନିଷ୍ଠ ଯନ୍ତ୍ରୀ ମନୋଜ ପ୍ରଧାନ କହିଛନ୍ତି, ଏହି ଅଭିଯୋଗ ଆମର ହସ୍ତଗତ ହୋଇଛି। ମିଟର ରିଡିଂ ନେବାରେ ତ୍ରୁଟି ଯୋଗୁଁ ଏମିତି ଅଧିକ ବିଲ୍ ଆସିଥିବା ଆମେ ଅନୁମାନ କରୁଛୁ। ମିଟର ଭେରିଫିକେସନ୍‌ ପାଇଁ ଗୋଟିଏ ଟିମ୍‌ ଆଜି ଶ୍ରୀମତୀ ମହାରଣାଙ୍କ ଘରକୁ ଯାଇ ମିଟର ଯାଞ୍ଚ କରିଛନ୍ତି। ତେବେ ଜଣେ ବୁଢି ଲୋକଙ୍କ ଉପରେ ଏତେ ବିଲ୍ କେମିତି ଆସିଲା? ପ୍ରଶାସନ ଏଦିଗରେ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe