କନକ ବ୍ୟୁରୋ: ପିକଅପ୍ ଭ୍ୟାନରୁ ମିଳିଲା ୧୦ ଲକ୍ଷ ଟଙ୍କା । ବରଗଡ଼ ସଦର ଥାନା ହଳଦୀପାଲି ଛକଠାରେ ଚେକିଂ ବେଳେ ଏହି ଟଙ୍କା ଜବତ ହୋଇଛି । ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏପରି ଲକ୍ଷାଧିକ ଟଙ୍କା ଏକ ପିକଅପ୍ ଭ୍ୟାନଟି ବରଗଡ଼ ସହରକୁ ଦ୍ରୁତ ଗତିରେ ଯାଉଥିଲା । ତେବେ ଟାଉନ୍ ଥାନା ପୁଲିସ ଭ୍ୟାନଟିକୁ ଅଟକାଇଥିଲା । ଯେଉଁଥିରୁ ୫୦୦ ଟଙ୍କିଆ ବଣ୍ଡଲ ମିଳିଥିଲା । ନୋଟ୍ ଗୁଡ଼ିକ ଛୋଟ ଛୋଟ ପ୍ୟାକେଟରେ ପ୍ୟାକିଙ୍ଗ ହୋଇଥିଲା । ଚାଳକ ଜଣକ ହେଲେ ସମ୍ବଲପୁର ଜିଲ୍ଲାର ଚୁଡ଼ାମଣି ଦୋରା ।

Advertisment

ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଏତେ ଟଙ୍କା କାହିଁକି ଓ କେଉଁ ଉଦ୍ଦେଶ୍ୟରେ ନେଉଥିଲେ, ତାହା ଜଣାପଡ଼ିନାହିଁ । ପୁଲିସ ଅଧିକ ତଦନ୍ତ ଜାରି ରଖିଛି ।