ଏହି ଦେଶ ଜାରି କଲା ବିଶ୍ୱର ସବୁଠାରୁ ବଡ ନୋଟ୍ । ଗୋଟିଏ ନୋଟ ମାଧ୍ୟମରେ ଆପଣ କିଣିପାରିବେ ଏତେସବୁ ସାମଗ୍ରୀ

987

କନକ ବ୍ୟୁରୋ : ଗମ୍ଭୀର ଆର୍ଥିକ ସଂକଟ ଦେଇ ଗତି କରୁଥିବା ଆମେରିକୀୟ ଦେଶ ଭେନଜୁଏଲା ଏବେ ବିଶ୍ୱର ସବୁଠାରୁ ବଡ ନୋଟ ଜାରି କରିଛି । ଭେନଜୁଏଲା ୧୦ ଲକ୍ଷ ଟଙ୍କିଆ ନୋଟ ଜାରି କରିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ କହିରଖୁ କି ଭେନଜୁଏଲା ପାଇଁ ୧୦ ଲକ୍ଷର ମୂଲ୍ୟ ଆମେରିକାର ଗୋଟଏ ଡଲାରର ଅଧା ଦାମ ସହିତ ସମାନ । ଏହାର ଅର୍ଥ ଭେନଜୁଏଲାର ୧୦ ଲକ୍ଷ ଟଙ୍କାର ମୂଲ୍ୟ ଭାରତୀୟ ମୁଦ୍ରାରେ ୩୦ ଟଙ୍କା ।

କହିରଖୁ କି ଗୋଟିଏ ସମୟରେ ଭେନଜୁଏଲା ତୈଳ ଖଣି ପାଇଁ ସାରା ବିଶ୍ୱରେ ପରିଚିତ ଥିଲା ଓ ଏହି ତୈଳଖଣି ମାଧ୍ୟମରେ ଦେଶ ରାଜକୋଷକୁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଆସୁଥିଲା । କିନ୍ତୁ ଏବେ ସମୟ ବଦଳି ଯାଇଛି, ଭେନଜୁଏଲାର ନାଗରିକ ମାନେ ଖାଇବାକୁ ପାଉ ନାହାନ୍ତି । ଏଠାରେ ମୁଦ୍ରା ର ଦାମ୍ ଏତେ କମିଯାଇଛି କି ଲକ୍ଷେ ଟଙ୍କାରେ ସାମାନ୍ୟ ସାମଗ୍ରୀ କିଣିବା ମୁସ୍କିଲ ହୋଇ ପଡିଛି । ଦେଶରେ ଥିବା କେନ୍ଦ୍ରୀୟ ବ୍ୟାଙ୍କର ଭଣ୍ଡାର ୫୦ ବର୍ଷ ମଧ୍ୟରେ ସବୁଠାରୁ ତଳସ୍ତରକୁ ଖସିଆସିଛି ।

ଭେନଜୁଏଲାର କେନ୍ଦ୍ରୀୟ ବ୍ୟାଙ୍କ କହିଛି କି ଦେଶର ଆର୍ଥିକ ସ୍ଥିତି ଦୁର୍ବଳ ପାଇଁ ଏତେ ବଡ ନୋଟ ଜାରି କରଯାଇଛି । ଏହି କାରଣରୁ ଆଗାମୀ ସପ୍ତାହରେ ୨ ଲକ୍ଷ ଓ ୫ ଲକ୍ଷ ଟଙ୍କିଆ ନୋଟ୍ ଜାରି କରାଯିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଦେଇଛି । ଏହାପୂର୍ବରୁ ଦେଶରେ ୧୦ ହଜାର, ୨୦ ହଜାର ଓ ୫୦ ହଜାର ଟଙ୍କିଆ ନୋଟ ଜାରି କରାଯାଇଥିଲା ।

ଏବେ ଆପଣ ଭାବୁଥିବେ ଯେ ଏହି ୧୦ ଲକ୍ଷ ଟଙ୍କାର ୱାଲିବର ର ଦାମ ଭାରତୀୟ ମୁଦ୍ରାରେ କେତେ ହେବ । ଏହି ୧୦ ଲକ୍ଷ ଟଙ୍କିଆ ୱାଲିବରରେ ଆପଣ କେବଳ ଅଧା କେଜି ଚାଉଳ କିଣିପାରିବେ । ତେଣୁ ସରକାର ଦେଶର ନାଗରିକ ମାନଙ୍କ ପାଇଁ ଏତେ ବଡ ବଡ ନୋଟ ଜାରି କରିଛି କାରଣ ଲୋକମାନେ ସାମଗ୍ରୀ କିଣିବାକୁ ଯିବା ବେଳେ ତାଙ୍କୁ ଅନେକଗୁଡିଏ ନୋଟ ନେଇ ବଜାରକୁ ଯିବାକୁ ପଡିବ ନାହିଁ