କନକ ବ୍ୟୁରୋ : ହକି ହିରୋ ଅମିତ ରୋହିଦାସଙ୍କୁ ଦେଢ କୋଟି ପୁରସ୍କାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କାର ଘୋଷଣା କରିଛନ୍ତି । ଏସୀୟ କ୍ରୀଡାରେ ହକିରେ ସ୍ୱର୍ଣ୍ଣ ବିଜୟ ପାଇଁ ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏସିଆନ ଗେମ୍ସରେ ଜାପାନକୁ ୫-୧ ଗୋଲରେ ହରାଇ ଗୋଲ୍ଡ ମେଡାଲ ହାତେଇଛି ପୁରୁଷ ହକି ଟିମ୍ । ଜାପାନକୁ ହରାଇ ଭାରତୀୟ ଦଳ ଇତିହାସ ରଚିବା ସହ ପ୍ୟାରିସ ଅଲିମ୍ପିକ ପାଇଁ ଯୋଗ୍ୟତା ମଧ୍ୟ ହାସଲ କରିଛି ।

Advertisment

ଶୁକ୍ରବାର ମ୍ୟାଚରେ ଚମକିଛନ୍ତି ଓଡିଆ ପୁଅ ଅମିତ୍ ରୋହିଦାସ । ଫାଇନାଲ ମ୍ୟାଚର ପ୍ରଥମ କ୍ୱାର୍ଟରରେ ଉଭୟ ଦଳ ପକ୍ଷରୁ କୌଣସି ଗୋଲ ହୋଇ ପାରିନଥିଲା । ଦ୍ୱିତୀୟ କ୍ୱାର୍ଟରରେ ମନଦୀପ ସିଂ ୧-୦ ଗୋଲ ଦେଇ ଦଳକୁ ଆଗୁଆ ରଖିଥିଲେ । ତୃତୀୟ କ୍ୱାର୍ଟରରେ ଭାରତର ଅଧିନାୟକ ମନଦୀପ ସିଂ ଭାରତ ପକ୍ଷରୁ ଦେଇଥିଲେ ଦ୍ୱିତୀୟ ଗୋଲ୍ । ତୃତୀୟ କ୍ୱାର୍ଟରରେ ଅମିତ ରୋହିଦାସ ୩ନଂ ଗୋଲ ଦେଇଥିବା ବେଳେ ଚତୁର୍ଥ କ୍ୱାର୍ଟରେ ଭାରତ ଦୁଇଟି ଗୋଲ ଦେଇଥିଲା ।

ଜାପାନକୁ ୫-୧ ଗୋଲରେ ହରାଇ ଗୋଲ୍ଡ ମେଡାଲ ହାସଲ କରିଛି ଭାରତୀୟ ହକି ଦଳ । ଦୀର୍ଘ ୯ବର୍ଷ ପରେ ଏହି ସଫଳତାର ସ୍ୱାଦ ଚାଖିଛି ଭାରତ । ଏଥିସହ ପ୍ୟାରିସ ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା ହାସଲ କରିଛି ଦଳ । ପୂର୍ବରୁ ୧୯୬୬, ୧୯୯୮ ଓ ୨୦୧୪ ମସିହାରେ ପୁରୁଷ ହକି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା ।