ବିଶ୍ୱମଞ୍ଚରେ ଚମକିଲା ‘ଆରଆରଆର’: ମିଳିଲା ସର୍ବଶ୍ରେଷ୍ଠ ବିଦେଶୀ ଭାଷା ଫିଲ୍ମ

720

କନକ ବ୍ୟୁରୋ: ପୁଣି ଥରେ ସଫଳତା ପାଇଲା ବହୁଭାଷୀ ଫିଲ୍ମ ଆରଆରଆର । କ୍ରିଟିକ ଚୟସ ଆୱାର୍ଡରେ ଫିଲ୍ମକୁ ମିଳିଲା ସର୍ବଶ୍ରେଷ୍ଟ ବିଦେଶୀ ଭାଷାର ସମ୍ମାନ । ରବିବାର ଆମେରିକାର ଲସ୍ ଆଞ୍ଜେଲସ୍ରେ ୨୮ ତମ କ୍ରିଟିକ୍ସ ଚଏସ୍ ଆୱାର୍ଡରେ ‘ଆରଆରଆର’ ନିର୍ଦ୍ଦେଶକ ଏସଏସ୍ ରାଜାମୌଲୀଙ୍କୁ ପୁରସ୍କୃତ କରାଯାଇଛି । କ୍ରିଟିକ୍ସ ଚଏସ୍ ଆୱାର୍ଡ ପକ୍ଷରୁୁ ଏନେଇ ଟୁଇଟ କରି ସୂଚନା ଦିଆଯାଇଥିଲା । ପରେ ଆରଆରଆର ଟିମ୍ ପକ୍ଷରୁ ଟୁଇଟରରେ ପୁରସ୍କାର ଉତ୍ସବର ଏକ ଭିଡିଓ ସେୟାର କରଯାଇଛି ।ସବୁଠୁ ବଡ କଥା ହେଉଛି ଅର୍ନ୍ତଜାତୀୟ ଫିଲ୍ମ ଦୁନିଆର ଏକ ସେ ବଡକର ଏକ ଫିଲ୍ମକୁ ପଛରେ ପକାଇ ଆରଆରଆର ବାଜି ମାରିଛି । ବିଦେଶୀ ସିନେମା ଅଲ କ୍ୱାଇଟ ଅନ ଦ ୱେଷ୍ଟର୍ଣ୍ଣ. ଫ୍ରଂଟ, ଆର୍ଜେଟିଂନା ୧୯୮୫. ୱାଡୋ, ଫଲସ କ୍ରିନିକାଲ ଅଫ ଏ ହ୍ୟାଣ୍ଡଫୁଲ ଅଫ ଟ୍ରୁଥଓ, କୋଲୋଜ ଅର ଡିଜିସନ ଟୁ ଲିଭିଜ ପରି ହାଇବଜେଟ ଓ ବ୍ଲକବଷ୍ଟର ଫିଲ୍ମକକୁ ପଛରେ ପକାଇଛି ଆରଆରଆର ।କିଛି ଦିନ ପୂର୍ବରୁ ଫିଲ୍ମ ସେତିକି ବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଗୋଲଡେନ ଗ୍ଲୋବ ଆୱାର୍ଡରେ ନାଟୁ ନାଟୁ ଗୀତକୁ ବେଷ୍ଟ ଗୋଲ୍ଡେନ ଗ୍ଲୋବାଲ ପୁରସ୍କାର ମିଳିଥିଲା ।

ଗୋଟେ ପଟେ ଫିଲ୍ମକୁ ସଫଳତା ମିଳୁଛି ଅନ୍ୟପଟେ ଏହାକୁ ନେଇ ବିବାଦ ମଧ୍ୟ ବଢୁଛି । ଆରଆରଆର ଫିଲ୍ମ ସଫଳତା ପାଇବା ପରେ ସତେ ଯେମିତି ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି ବଲିଉଡ ଓ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀ । ପୁରସ୍କାର ଗ୍ରହଣ ସମୟରେ ମଂଚରେ ଫିଲ୍ମର ନିର୍ଦ୍ଦେଶକ ରାଜମୋଲୀ କହିଥିଲେ, ଏହା ବଲିଉଡ ଫିଲ୍ମ ନୁହେଁ, ଏହା ଦକ୍ଷିଣ ଭାରତର ତେଲୁଗୁ ଫିଲ୍ମ । ଯେଉଁଠାରୁ ସେ ଆସିଛନ୍ତି । ଆଉ ରାଜମୌଲୀଙ୍କ ଏହି ବୟାନକୁ କିଛି ସୋସିଆଲ ମିଡିଆ ୟୁଜର୍ସ ବିରୋଧ କରିଛନ୍ତି । ଆରଆରଆର ଭାରତରୁ ନୋମିନେଟ୍ ହୋଇଛି, ଏହା ଦକ୍ଷିଣ ଭାରତ କିମ୍ବା ତେଲୁଗୁ ଚଳଚିତ୍ରରୁ ନୁହେଁ । ଅଂଚଳ ଏବଂ ଭାଷାକୁ ନେଇ ପକ୍ଷପାତ କରିବା ଠିକ୍ନୁହେଁ । ବଲିଉଡ୍ ଫିଲ୍ମ ମଧ୍ୟ ଭାରତକୁ ପ୍ରତିନିଧିତ୍ୱ କରୁଥିବା କହିବା ଠିକ୍ ନୁହେଁ ବୋଲି ୟୁଜର୍ସ କହିଛନ୍ତି ।

ସେ ତେଲୁଗୁ ଫିଲ୍ମ ହେଉ ଅବା ଦକ୍ଷିଣ ଭାରତୀୟ ହେଲେ ଆରଆରଆର ଚଳଚିତ୍ରକୁ ମିଳିଥିବା ସଫଳତାକୁ ନେଇ ସବୁ ଭାରତୀୟ ଗର୍ବିତ । ଆଗାମୀ ଦିନରେ ଏଭଳି ଆକ୍ସନ ଏବଂ ନୂଆ କାହାଣୀକୁ ନେଇ ଫିଲ୍ମ ଆସିବ ବୋଲି ଆଶାବାଦୀ ଅଛନ୍ତି ସିନେପ୍ରେମୀ ।