RRR ଫିଲ୍ମର ଅଭିନେତାଙ୍କ ୫୮ ବର୍ଷ ବୟସରେ ପରଲୋକ । ୩ ଦିନ ତଳେ ପାଳନ କରିଥିଲେ ନିଜର ଜନ୍ମଦିନ ।

1,474

କନକ ବ୍ୟୁରୋ: ନିର୍ଦ୍ଦେଶକ ଏସ ଏସ୍ ରାଜମୌଲୀଙ୍କ ବ୍ଲକବଷ୍ଟର ଆରଆରଆର ଫିଲ୍ମରେ ଖଳନାୟକ ଚରିତ୍ରରେ ନଜର ଆସିଥିବା ଅଭିନେତାଙ୍କ ମୃତ୍ୟୁ । ଆରପାରିରେ ଅଭିନେତା ରେ ଷ୍ଟିବନସନ୍ । ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ତେବେ ଗତ ୩ ଦିନ ତଳେ ହିଁ ସେ ତାଙ୍କର ଜନ୍ମଦିନ ପାଳନ କରିଥିଲେ ।

ରେ ଷ୍ଟିବନସନ୍ ଆରଆରଆର୍ ଫିଲ୍ମରେ ଖଳନାୟକ ଭୂୂମିକାରେ ନଜର ଆସିଥିଲେ । ତାଙ୍କ ଅଭିନୟରେ ସେ ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ । ଖାଲି ସେତିକି ନୁହେଁ, ଏହି ଫିଲ୍ମ ମଧ୍ୟ ସାରା ଦୁନିଆରେ ଦର୍ଶକଙ୍କ ହୃଦୟଙ୍କୁ ଛୁଇଁପାରିଥିଲା । ତେବେ ଆରଆରଆର ଫିଲ୍ମ ସହିତ ଷ୍ଟିବନସନ୍ ହଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।

୧୯୬୪ ମସିହା ମେ ମାସ ୨୫ ତାରିଖରେ ଆର୍ୟଲ୍ୟାଣ୍ଡରେ ଜନ୍ମଗ୍ରହଣ କରିଥିବା ଷ୍ଟିବନସନ୍ ୧୯୯୦ ବେଳକୁ ଫିଲ୍ମ ଦୁନିଆରେ ପାଦ ରଖିଥିଲେ । ସେତେବେଳେ ସେ ୟୁରୋପୀୟ ଫିଲ୍ମ ଓ ସିରିଜରେ ଅଭିନୟ କରିବା ଆରମ୍ଭ କରିଥିଲେ । ୧୯୯୮ ମସିହାରେ ସେ ତାଙ୍କର ପ୍ରଥମ ଫିଲ୍ମ କରିଥିଲେ, ଯାହାର ନାଁ ଥିଲା ଦ ଥିଓରୀ ଅଫ୍ ଫ୍ଲାଇଟ୍ । ଏହାପରେ ପରେ ସେ କିଙ୍ଗ୍ ଆର୍ଥର, ଦ ବୁକ୍ ଅଫ୍ ଏଲୀ ଏବଂ ଦ ଅଦର ଗାଏ ଭଳି ଫିଲ୍ମରେ ଅଭିନୟ ମଧ୍ୟ କରିଥିଲେ ।