କନକ ବ୍ୟୁରୋ : ଚଳିତ ସପ୍ତାହରେ ଆସିବାକୁ ଯାଉଛି ବହୁ ପ୍ରତିକ୍ଷିତ ଫିଲ୍ମ ଆରଆରଆର । ଦକ୍ଷିଣ ଭାରତର ନାଁକରା କଳାକାରଙ୍କ ସହ ବଲିଉଡର ଲୋକପ୍ରିୟ ଚେହେରାଙ୍କୁ ଫିଲ୍ମ ଆରଆରଆରରେ ଏକାଠି ଦେଖିବାକୁ ମିଳିବ । ମଲଟିଷ୍ଟାରକାଷ୍ଟ ସହ ହାଇବଜେଟରେ ନିର୍ମିତ ହୋଇଛି ଫିଲ୍ମ । ରିଲିଜ ପୂର୍ବରୁ ପ୍ରଯୋଜନା ସଂସ୍ଥା ଜାରି କରିଥିବା ପ୍ରତ୍ୟେକ ଗୀତ ଓ ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସିପାରିଛି ।

Advertisment

ତେଣୁ ଫିଲ୍ମ ବକ୍ସ ଅଫିସରେ ସଫଳ ହେବା ସହ ନୂଆ ମାଇଲଖୁଂଯ ସ୍ଥାପନ କରିବ ବୋଲି ଆଶ ରଖିଛି ଟିମ ଆରଆରଆର । ମାର୍ଚ୍ଚ ୨୫ରେ ରିଲିଜ ହେବାକୁ ଥିବା ଆରଆରଆର ପ୍ରମୋସନ ଚାଲିଛି । ବିଭିନ୍ନ ସ୍ଥାନରେ ପହଁଚି ଫିଲ୍ମର ନିର୍ଦ୍ଦେଶକ, କଳାକାର ପ୍ରମୋସନ କରୁଛନ୍ତି । ନିକଟରେ ଟିମ ପହଁଚିଛି ପଂଜାବର ସ୍ୱର୍ଣ୍ଣ ମନ୍ଦିରରେ । ନିର୍ଦ୍ଦେଶକ ଏସଏସ ରାଜମୌଲି, ଅଭିନେତା ରାମଚରଣ,, ଜୁନିୟର ଏନଟିଆର ସ୍ୱର୍ଣ୍ଣ ମନ୍ଦିରରେ ପହଁଚି ଫିଲ୍ମାର ସଫଳତା ପାଇଁ ଆର୍ଶୀବାଦ ଭିକ୍ଷା କରିଛନ୍ତି ।

ଆରଆରଆର ରେ ବଲିଉଡ ଅଭିନେତା ଅଜୟ ଦେବଗନ, ସାଉଥ ସୁପରଷ୍ଟାର ଜୁିନିୟର ଅନଟିଆର, ରାମ ଚରଣ ଓ ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଆଦି କଳାକାରଙ୍କୁ ଏକାଠି ଦେଖିବାକୁ ମିଳିବ । ଏସ.ଏସ ରାଜାମୌଲିଙ୍କ ନିର୍ଦ୍ଦେଶିତ ଏହି ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ସିନେମା ଘରରେ ରିଲିଜ ହେବାକୁ ଯାଉଛି । ହିନ୍ଦୀ ସମେତ ତାମିଲ, ତେଲେଗୁ, କନ୍ନଡ ଓ ମାଳାୟଲମ ଭାଷାରେ ରିଲିଜ ହେବ ଫିଲ୍ମ ଆରଆରଆର । ମଲଟି ଷ୍ଟାରକାଷ୍ଟଙ୍କ ଅଭିନିତ ଏହି ଫିଲ୍ମକୁ ଦେଖିବା ପାଇଁ ଉତ୍ସାହର ଅପେକ୍ଷା କରିଛନ୍ତି ଦର୍ଶକ ।