ଦର୍ଶକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରସ୍ତୁତ ‘RRR’ : ଜାଣନ୍ତୁ କେବେ ହେବ ରିଲିଜ୍ ?

Advertisment
ଦର୍ଶକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରସ୍ତୁତ ‘RRR’ : ଜାଣନ୍ତୁ କେବେ ହେବ ରିଲିଜ୍ ?

କନକ ବ୍ୟୁରୋ : ରିଲିଜ ହେଲା ଅପକମିଙ୍ଗ ସାଉଥ ଆକ୍ସନ ଫିଲ୍ମ ‘ଆରଆରଆର’ ର ଆଉ ଏକ ଟ୍ରେଲର । ଟ୍ରେଲରଟି ରିଲିଜ ହେବାର କିଛି ସମୟ ମଧ୍ୟରେ ଖୁବ ଭଲପାଇବା ଓ ପ୍ରଶଂସା ସାଉଟିଛି । ଫିଲ୍ମରେ ସାଉଥ ସମେତ ବଲିଉଡ ସୁପରଷ୍ଟାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।  ଲୋକପ୍ରିୟ ସାଉଥ ଅଭିନେତା ଜୁନିଅର ଏନଟିଆର ଓ ରାମଚରଣ ତେଜାଙ୍କ ସହ ବଲିିଉଡ ଅଭିନେତା ଅଜୟ ଦେବଗନ ଓ ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଟ୍ରେଲରରେ ଦମଦାର ଭୁମିକାରେ ନଜର ଆସିଛନ୍ତି ।

ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଏହା ପ୍ରଥମ ଦକ୍ଷିଣ ଭାରତୀୟ ଫିଲ୍ମ । ଇରେଂଜ ସରକାର ବିରୁଦ୍ଧରେ ଲଢେଇ କରିଥିବା ଦୁଇ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ନେଇ ଫିଲ୍ମ ଟି ପର୍ଯ୍ୟବେଶିତ । ୪ଶହ କୋଟି ବ୍ୟୟରେ ନିର୍ମିତ ହୋଇଛି । ଫିଲ୍ମ ଟି ତେଲୁଗୁ ସମେତ, ହିନ୍ଦୀ, ତାମିଲ, ମାଳାୟଳମ ଓ କନ୍ନଡ ଭାଷାରେ ମଧ୍ୟ ରିଲିଜ ହେବ । କୋଭିଡ କଟକଣା ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ‘ଆରଆରଆର’ ମାର୍ଚ୍ଚ ୨୫ ରେ ରିଲିଜ ହେବାକୁ ଯଉଛି ।

ଫିଲ୍ମ ବାହୁବଲି ସିରିଜପରେ ନିର୍ଦ୍ଦେଶକଏସ.ଏସ. ରାଜାମୌଲିଙ୍କ ଏହି ଫିଲ୍ମ ଅନ୍ୟତମ ଡ୍ରିମ୍ ପ୍ରୋଜେକ୍ଟ ହେବାକୁ ଯାଉଛି । ଏହି ଆକ୍ସନ ଫିଲଟି୍ମ ଆସନ୍ତା ମାର୍ଚ୍ଚ ୨୫ ତାରିଖରେ ସିନେମା ଘରରେ ରିଲିଜ ହେବାକୁ ଯାଉଛି । ସେହିପରି ଆମେରିକାରେ  ଆସନ୍ତା ଏପ୍ରିଲ ୨୨ ତାରିଖରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ଆରଆରଆର’ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe