ନୂଆବର୍ଷରେ ରେଲୱେର ଚାକିରି ବର୍ଷା ! ୧୪ ହଜାରରୁ ଅଧିକ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କେଉଁ ମାନେ କରିପାରିବେ ଆବେଦନ?
ଭାରତୀୟ ରେଳବିଭାଗର ଚାକିରି ବର୍ଷା । ନୂଆବର୍ଷରେ ଛାତ୍ରଛାତ୍ରୀଙ୍କ ପାଇଁ ଖୁସିଖବର ଆଣୁଛି ରେଳବାଇ । ଗ୍ରୁପ ସି ଓ ଡି ପରେ ଏବେ ପୁଣିଥରେ ଆଉ କିଛି ପଦରେ ନିଯୁକ୍ତି ପାଇଁ ବିଜ୍ଞାପନ ଦେଇଛି ଭାରତୀୟ ରେଳ ବିଭାଗ । ଯଦି ଆଶାୟୀ ପ୍ରାର୍ଥୀ ଆବେଦନ କରିବାକୁ ଚାହୁଁଥାନ୍ତି ତେବେ ଭାରତୀୟ ରେଳ ବିଭାଗ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।
୧୪୦୩୩ଟି ଫାଙ୍କା ପଡିଥିବା ପୋଷ୍ଟରେ ନିଯୁକ୍ତି ପାଇଁ ବିଜ୍ଞାପନ ଦେଇଛି ଭାରତୀୟ ରେଳ ବିଭାଗ । କେଉଁ ବିଭାଗରେ କେତେ ପୋଷ୍ଟ ଫାଙ୍କା ରହିଛି ତାହାକୁ ଦୃଷ୍ଟିରେ ରଖି ପଦବୀ ତାଲିକା ପ୍ରକାଶ ପାଇଛି । ଜୁନିୟର ଇଞ୍ଜିନିୟରରେ ୧୩୦୩୪ଟି ପୋଷ୍ଟ, ଜୁନିୟର ଇଞ୍ଜିନିୟର ଆଇଟିରେ ୪୯ଟି ପୋଷ୍ଟ ୪୫୬ଟି ସୁପରିଟେନଣ୍ଟେଟ ପୋଷ୍ଟ ପାଇଁ ଆବେଦନ ମଗାଯାଇଛି ।
ନୋଟିଫିକେସନ ଅନୁଯାୟୀ, ଏହି ପଦ ଗୁଡିକରେ ଆବେଦନ କରିବା ପାଇଁ ଶେଷ ତାରିଖ ରହିଛି ୩୧ ଜାନୁଆରୀ । ଜାନୁଆରୀ ୨ ତାରିଖରୁ ଆଶାୟୀ ପ୍ରାର୍ଥୀ ଏହି ପଦ ପାଇଁ ଆବେଦନ କରିପାରିବେ । କମ୍ପ୍ୟୁଟର ଲିଖିତ ପରୀକ୍ଷାରେ ଛାତ୍ରଛାତ୍ରୀ ମାନଙ୍କର ଚୟନ କରାଯିବ । କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଦେଶରେ ଯେକୌଣସି ରାଜ୍ୟରେ ପୋଷ୍ଟିଂ କରାଯାଇପାରିବ ।
କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନେ ୩୫,୪୦୦ ଟଙ୍କାର ଦରମାରେ କାମ କରିବେ । ବିଏସସି, ବିଟେକ, ଓ ଡିପ୍ଲୋମା ଛାତ୍ରଛାତ୍ରୀ ମାନେ ଏହି ପଦ ପାଇଁ ଆବେଦନ କରିପାରିବେ । ଆଦେବନ କରିବା ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ଫି ବାବଦକୁ ୫୦୦ ଟଙ୍କା ଦେବା ବେଳେ ଅନୁସୂଚିତ ଜାତି ଓ ଜନଜାତିର ଆଶାୟୀ ପ୍ରାର୍ଥୀ ଫି ବାବଦକୁ ୨୫୦ ଟଙ୍କା ଦେବେ ।