ଭାରତୀୟ ରେଳବାଇରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ଜାଣନ୍ତୁ କେମିତି କରିବେ ଆବେଦନ ।

6,742

କନକ ବ୍ୟୁରୋ : ଭାରତୀୟ ରେଳବାଇରେ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ଖୁସି ଖବର ସହିତ ସୁବର୍ଣ୍ଣ ସୁଯୋଗ ରହିଛି । ରେଳବାଇ (ରେଲୱେ, ଆରଆରବି)ଅପ୍ରେନ୍‌ଟିସ୍‌ ଜରିଆରେ ୨୦୨୯ଟି ଖାଲି ଥିବା ପଦ ଭର୍ତ୍ତି ପାଇଁ ବିଜ୍ଞାପନ ବାହାରିଛି । ଏହି ପଦ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି ।

ଆବେଦନ କରିବାର ଶେଷ ତାରିଖ ୨୦୧୯ ଡିସେମ୍ବର ୮ ତାରିଖ ଯାଏଁ ରହିଛି । ଏହି ପାଇଁ ୧୦ମ ଓ ଆଇଟିଆଇ ପାସ୍‌ କରିଥିବା ପ୍ରାର୍ଥୀ ଆବେଦନ କରି ପାରିବେ । ଯଦି ଆପଣ ବି ଏହି ପଦ ପାଇଁ ଆବେଦନ କରିବାକୁ ଚାହାନ୍ତି ତେବେ ନିମ୍ନୋ ଲିଖିତ ସୂଚନା ଅନୁସାରେ ଆବେଦନ କରନ୍ତୁ ।

ପଦ ସଂଖ୍ୟା: ୨୦୨୯

ଯୋଗ୍ୟତା: ୧୦ ଓ ଆଇଟିଆଇ ପାସ୍‌ କରିଥିବା ପ୍ରାର୍ଥୀ ଆବେଦନ କରି ପାରିବେ ।
ବୟସ ସୀମା: ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ୧୫ ବର୍ଷ ହେବା ଆବଶ୍ୟକ । ସର୍ବାଧିକ ବୟସ ସୀମାରୁ ଏସ୍‌ସି/ଏସ୍‌ଟି ପ୍ରାର୍ଥୀଙ୍କୁ ୫ବର୍ଷ ଓ ଓବିସି ପ୍ରାର୍ଥୀଙ୍କୁ ୩ବର୍ଷର ଛାଡ ଦିଆଯିବ ।
ଆବେଦନ ମୂଲ୍ୟ: ୧୦୦ଟଙ୍କା ।
ଏମିତି କରନ୍ତୁ ଆବେଦନ: ଇଚ୍ଛୁକ ପ୍ରାର୍ଥୀ rrcjaipur.inକୁ ଯାଇ ଆବେଦନ କରି ପାରିବେ ।