କନକ ବ୍ୟୁରୋ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ୭ମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ଏହି ମ୍ୟାଚରେ ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ୟ୍ୟନ୍ତ ଗୋଟିଏ ମ୍ୟାଚ ଖେଳି ସେଥିରେ ବିଜୟ ହାସଲ କରିଛି ଓ ୨ ପଏଣ୍ଟ ପାଇଛି । ରାଜସ୍ଥାନ ଦଳ ଗୋଟିଏ ମ୍ୟାଚ ଖେଳି ସେଥିରେ ପରାଜୟ ବରଣ କରିଛି । ଫଳରେ ଦଳ ଏପର୍ୟ୍ୟନ୍ତ କୌଣସି ପଏଣ୍ଟ ପାଇପାରିନାହିଁ ।
ଏହି ଦୁଇ ଦଳ ମଧ୍ୟରେ ଏପର୍ୟ୍ୟନ୍ତ ୨୨ଟି ଆଇପିଏଲ ମ୍ୟାଚ ଖେଳାଯାଇଛି । ସେଥିରେ ଉଭୟ ଦଳ ୧୧ଟି ଲେଖାଏଁ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଏଣୁ ପୂର୍ବ ରେକର୍ଡ ନିରପେକ୍ଷ ରହିଛି ଅର୍ଥାତ ରେକର୍ଡ ଦୃଷ୍ଟିରୁ ଦୁଇ ଦଳର ପରସ୍ପରର ସମାନ ସ୍ତରରେ ଅଛନ୍ତି । ଗତ କାଲି ଖେଳାଯାଇଥିବା ମ୍ୟାଚରେ ବାଙ୍ଗାଲୋର ହାଇଦ୍ରାବାଦକୁ ୬ ରନରେ ପରାସ୍ତ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/RR-vs-DC.jpg)